Advertisements
Monday, June 1, 2020
Home District News ନୃସିଂହନାଥ ମନ୍ଦିରର ଉନ୍ନତି କରଣ ନିମନ୍ତେ ବୈଠକ

ନୃସିଂହନାଥ ମନ୍ଦିରର ଉନ୍ନତି କରଣ ନିମନ୍ତେ ବୈଠକ

ରିପୋର୍ଟ: ନିରୋଜ କୁମାର ପାଣି //
ନୃସିଂହନାଥ (୯/୩): ପଶ୍ଚିମ ଓଡିଶାର ଅନ୍ୟତମ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତି କରଣ ତଥା ସୌନ୍ଦର୍ଯ୍ୟ କରଣ ନିମନ୍ତେ ବରଗଡ ଜିଲ୍ଲାପାଳ ଜ୍ଯୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୃସିଂହନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଜିଲ୍ଲାପାଳ ପ୍ରଧାନ ଉପସ୍ଥିତ ସମସ୍ତ ସଦସ୍ଯ ମାନଙ୍କୁ ସ୍ବାଗତ ଜଣାଇବା ସହିତ ନୃସିଂହନାଥ ମନ୍ଦିରର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ବରିଷ୍ଠ ସେବାୟତ, ଅନ୍ଯାନ୍ଯ କର୍ମଚାରୀ, ବ୍ଯକ୍ତି ବିଶେଷ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ଚାହିଁ ରହିଥିଲେ । ନୃସିଂହନାଥ ମନ୍ଦିରର ସୁରକ୍ଷା,ପିଇବା ପାଣି ବ୍ଯବସ୍ଥା ପାଇଁ ଓଭର ହେଡ ଟ୍ଯାଙ୍କ ନିର୍ମାଣ, ଯାତ୍ରା ମାନଙ୍କ ବିଶ୍ରାମ ପାଇଁ ପ୍ରତୀକ୍ଷାଳୟ ନିର୍ମାଣ, ଆଲୋକ ବ୍ଯବସ୍ଥା, ପାଇକମାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ଆଲୋକିତ କରଣ, ଦୋକାନୀ ମାନଙ୍କ ପାଇଁ ସ୍ବତନ୍ତ୍ର ଭେଣ୍ଡିଙ୍ଗ ଯୋନ ନିର୍ମାଣ, ଯାତ୍ରୀ ମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ,ସାଂସ୍କୃତିକ ମଣ୍ଡପ ନିର୍ମାଣ, ଭୋଗ ମଣ୍ଡପ, ରୋଷେଇଶାଳ ର ମରାମତି, ଚାଳଧାର ଠାରୁ ପଞ୍ଚୁପାଣ୍ଡବ ଘାଟ ପର୍ଯ୍ୟନ୍ତ ପାହାଚର ମରାମତି, ଆର୍ଲାକିତ ବ୍ଯବସ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା । ଏହା ପରେ ପରେ ଜିଲାପାଳଙ୍କ ସହିତ ଅନ୍ଯାନ୍ଯ ଅଧିକାରୀ,କର୍ମଚାରୀ ମାନେ ମନ୍ଦିର ଚତୁପାର୍ଶ୍ୱ ଚାଳଧାର, ପଞ୍ଚୁପାଣ୍ଡବ, ବିଭିନ୍ନ ଘାଟ ପରିଦର୍ଶନ କରି ଥିଲେ ।

ମନ୍ଦିରର ସୁରକ୍ଷା ଓ ଉନ୍ନତି କରଣ ନିମନ୍ତେ ଭବିଷ୍ଯତକୁ ଦୃଷ୍ଟିରେ ରଖି ଆବଶ୍ୟକ ଥିବା ବିଭିନ୍ନ କାମ ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ପାଇକମାଳ ବ୍କକ ବିଡିଓ ତଥା ମନ୍ଦିର ଟ୍ରଷ୍ଟି ସଭାପତି ସୁରେନ୍ଦ୍ର ମେହେର,ପାଇକମାଳ ତହସିଲଦାର ମନୋଜ କୁମାର ମେହେର,ଅତିରିକ୍ତ ତହସିଲଦାର ସୁଶାନ୍ତ ରଣା, ପାଇକମାଲ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ,ପାଇକମାଲ ରେଞ୍ଜର ଗିରିଧାରୀ ପ୍ରଧାନ,ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ପଦ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଜନୀ କାନ୍ତ ବହିଦାରଙ୍କ ସମେତ ମନ୍ଦିରର ସେବାୟତ ତଥା କର୍ମଚାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଏହା ପରେ ପରେ ଜିଲାପାଳ ପ୍ରଧାନ ତଥା ଅନ୍ଯାନ୍ଯ ଅଧିକାରୀ ମାନେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନରେ ଯାଇ ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: