Thursday, October 1, 2020
Home headline ଅନ୍ତର୍ଜାତୀୟ ମହିଳା ଦିବସ ପାଳନ, ମାଲକାନଗିରି

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ, ମାଲକାନଗିରି

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ କେ ବିଶ୍ୱାସ //
ମାଲକାନଗିରି (୦୯/୦୩): ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଅନୁକୂଳରେ ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମାଲକାନଗିରି ଠାରେ ”ଆନ୍ତଜାତୀୟ ମହିଳା ଦିବସ ”ଅବସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଦୌର ଜଜ ଶ୍ରୀଯୁକ୍ତ ରୋହିତ ଲାଲ ପଣ୍ଡା, ରେଜିଷ୍ଟାର ସିଭିଲ କୋର୍ଟ, ମାଲକାନଗିରି ଶ୍ରୀଯୁକ୍ତ ହିମାଂଶୁ ଶେଖର ସିଂ, ବରିଷ୍ଠ ଦେବନୀ ବିଚାରପତି ତଥା ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ସୁଚେତା କୃପାଳିନୀ, ଜେଏମଏଫସି, ମାଲକାନଗିରି ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଢ଼ୀ, ଅଧ୍ୟାପକ ମାଲକାନଗିରି ମହାବିଦ୍ୟାଳୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ଶୁଶୁ ମଙ୍ଗଳ ସମିତି ଅଦକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଟନାୟକ, ଶିଶୁ ମଙ୍ଗଳ ସମିତି ସଦସ୍ୟ ଦୀନବନ୍ଧୁ ଦାସ, ପ୍ରଧାନ ଅର୍ଚାଯ୍ୟ ଶ୍ରୀଯୁକ୍ତ ମନରଞ୍ଜନ ଦାସ, ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା ବୃନ୍ଦ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ | ଉକ୍ତ କାଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ରୋହିତ ଲାଲ ପଣ୍ଡା ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଉଦେଶ୍ୟ ତଥା ମହିଳାଙ୍କ ସୁରକ୍ଷା ଓ ଅଧିକାରୀ ସମ୍ପର୍କିତ ନିୟମ ଉପରେ ବିସ୍ତୁତ ଭାବରେ ଆଲୋକପାତ କରିଥିଲେ ଏବଂ ନାରୀର ଗୁଣବତ୍ତାକୁ ବଜାୟ ରଖି ନାରୀ ଶକ୍ତି ଓ ଅଧିକାରର ସଦୁପଯୋଗ କରି ଦେଶର ବିକାଶର ଧାରାରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ |

ସେହିପରି ଶ୍ରୀ ସିଂ ପାରିବାରିକ ଘରୋଇ ହିଂସା, ଯୌତୁକ ନିଯ୍ୟାତନା, ଏହି ସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିବେ ସେହି ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ | ଭାର ପ୍ରାପ୍ତ ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀମତୀ ସୁଚେତା କୃପାଳୀନ ସେହିପରି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ନିଜ ନିଜ ଘରୁ ହିଁ ଆରମ୍ଭ ହୋଇ ସମଗ୍ର ଦେଶକୁ ବିକାଶ ପଥରେ ନେଇ ପାରିବ ବୋଲି ଆଲୋକପାତ କରିଥିଲେ | ଶ୍ରୀ ପାଢ଼ୀ ଛାତ୍ର ଛତ୍ରୀଙ୍କୁ ନାରୀ ଓ ପୁରୁଷଙ୍କ ସମାନ ଅଧିକାର ଓ ସନମାନ ସମ୍ପକରେ କହିଥିଲେ | ଶ୍ରୀ ଦୀନବନ୍ଧୁ ଦାସ ସରକାରଙ୍କ ଦ୍ୱାରା ପ୍ରଦତ୍ତ ମହିଳାଙ୍କ ସକାଶେ ରହିଥିବା ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଓ ସଂପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସାଙ୍ଗେ ସାଙ୍ଗେ ଆଇନ ସେବା ପ୍ରାଧିକରଣ କାଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟଷ୍ଟିତା ଓ ଆପୋଶ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାଧିକରଣ  ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପକରେ ମଧ୍ୟ୍ୟ ବିସ୍ତୃତ ଆଲୋଚନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ ମହିଳା ଓ ଉକ୍ତ ବିଦ୍ୟଳୟର ଛାତ୍ର ଛତ୍ରୀ ଉପସ୍ଥିତ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: