୨୦ କ୍ଵିଣ୍ଟାଲ ୫କେଜି ୭୦୦ଗ୍ରାମର ଗଞ୍ଜେଇ ଜବତ

0
106
୨୦ କ୍ଵିଣ୍ଟାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୧୬/୦୩) : ୨୦ କ୍ଵିଣ୍ଟାଲ ୫କେଜି ୭୦୦ଗ୍ରାମର ଗଞ୍ଜେଇ ଜବତ । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଆକ୍ସନ ମୋଡରେ ଆସିଛି ମନମୁଣ୍ଡା ପୋଲିସ

ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ରୋକିବାରେ ସକ୍ଷମ ହୋଇଛି । ମନ ମୁଣ୍ଡା ଥାନା ଶଗଡା ଫାଣ୍ଡି ଅଧୀନ ଆଡ଼ଶିଂ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ପହଞ୍ଚି ଏହାକୁ ଭଣ୍ଡୁର କରିଛି । ବିଶ୍ଵସ୍ତସୂତ୍ରରୁ ଖବର ପାଇ ବୌଦ୍ଧ ଏସ୍ ପି ରାଜ ପ୍ରସାଦ ଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଏସ ଆଇ ତୁଲାରାମ ମହାନନ୍ଦ ଙ୍କ ନେତୃତ୍ୱରେ ମନମୁଣ୍ଡା ପୋଲିସ ଓ ଶଗଡା ଫାଣ୍ଡି ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ଚାଲାଣକାରିମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ସହ ଏକ ସ୍ମାର୍ଟ ଫୋନ୍ ପୋଲିସ୍ ଜବତ କରିଛି । ଉକ୍ତ ଗଞ୍ଜେଇ କୁ ଟ୍ରାକ୍ଟର ସାହାଯ୍ୟରେ ଥାନାକୁ ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ।ଜବତ ଗଞ୍ଜେଇ ର ପରିମାଣ ୨୦ କ୍ଵିଣ୍ଟାଲ ୫କେଜି ୭୦୦ଗ୍ରାମ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏ ସଂକ୍ରାନ୍ତରେ ମନ ମୁଣ୍ଡା ଥାନାରେ ୮୦/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ଦାୟିତ୍ୱରେ ଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।