Advertisements
Monday, June 1, 2020
Home Cultural & Festival ଫଗୁଣ ମାସର ଫଗୁ ଦଶମୀ ମହାଡ଼ମ୍ବର ସହ ପାଳିତ

ଫଗୁଣ ମାସର ଫଗୁ ଦଶମୀ ମହାଡ଼ମ୍ବର ସହ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୦୮/୦୩): ଚଳିତ ମାସର ମୁଖ୍ୟ ଆକର୍ଷଣ ତଥା ଫଗୁଣ ମାସର ନାମଟିକୁ ସାକାର କରୁଥିବା ଫଗୁଦଶମୀ ଉପସ୍ଥିତ ହୋଇସାରିଛି | ରଙ୍ଗର ପର୍ବ ହୋଲି ଦିନ କେଇଟା ପରେ ନିଜର ରଙ୍ଗର ପସରା ନେଇ ଉପସ୍ଥିତ ହେଇଯିବା ପାଇଁ ସଜ ହେଲାଣି |

ତେଣୁ ଏହି ହୋଲି ଉତ୍ସବର ପ୍ରାରମ୍ଭିକ ପର୍ବ ଫଗୁଦଶମୀ ଓଡ଼ିଶାର ପୁରପଲ୍ଲୀରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୁଏ | ଏହି ଫଗୁ ଦଶମୀ ମୁଖ୍ୟତଃ ରାଧାଗୋବିନ୍ଦଙ୍କୁ ସମର୍ପିତ | ଶ୍ରୀ ରାଧାଗୋବିନ୍ଦଙ୍କ ଚଳନ୍ତି ବିଗ୍ରହ ଦୋଳଗୋବିନ୍ଦଙ୍କୁ ରଥ ପାଲିଙ୍କିରେ ବିଜେ କରାଯାଇ ପବିତ୍ରଏକାଦଶୀ ଠାରୁ ହୋଲି ପର୍ୟନ୍ତ ଗାଁ ଦାଣ୍ଡ ସହର ଗଳିକନ୍ଦି ପରିକ୍ରମା କରାଯାଇଥାଏ | ସେହି ପରମ୍ପରା କ୍ରମେ ରାୟଗଡା ବ୍ରାହ୍ମଣ ସାହିସ୍ଥିତ ଶ୍ରୀ ରାଧାକାନ୍ତ ମନ୍ଦିରରୁ ଏକ ସୁସଜ୍ଜିତ ରଥପାଲିଙ୍କିରେ ଶ୍ରୀ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ଭକ୍ତବୃନ୍ଦ ସାହିରୁ ସାହି ପରିକ୍ରମା କରାଇଥାଆନ୍ତି | ଏହି ସମୟରେ ଶ୍ରୀ ରାଧା ଗୋବିନ୍ଦଙ୍କୁ ଅଭୀରରେ ଅଭିଷେକ କରିବା ସହିତ ବିଭିନ୍ନ ଭୋଗ ଲାଗି କରିବାର ପରମ୍ପରା ରହିଥିବାରୁ, ସାହି ଗୁଡିକରେ ପ୍ରତ୍ୟେକ ଘରଦାଣ୍ଡ ଗୋବର ପାଣିରେ ଲିପି ଚିତା ମୁରୁଜ ଆଙ୍କି କୁମ୍ଭ ବଢ଼ାଯାଇଥାଏ |

ପୁଣି ନିଜ ନିଜ କ୍ଷମତା ମୁତାବକ ଖଇ ଉଖୁଡା, କଦଳୀ, ଦୀପ ଧୂପ ନୈବଦ୍ୟ ପ୍ରଭୃତି ଦୋଳଗୋବିନ୍ଦଙ୍କ ଉଦ୍ୟେଶରେ ଦୋଳ ବିମାନରେ ବିରାଜିତ ଦୋଳ ଗୋବିନ୍ଦଙ୍କୁ ଭୋଗ କରିଥାନ୍ତି ଭକ୍ତ | ନଗର ପରିକ୍ରମା ବେଳେ ପ୍ରତ୍ୟେକ ଘରେ କିଛି କ୍ଷଣ ଅଟକି ଭୋଗ ସ୍ୱୀକାର କରନ୍ତି ପ୍ରଭୁ | ଗତ ଗୁରୁବାର ଫଗୁ ଦଶମୀ ଠାରୁ ରାଧାକାନ୍ତ ମନ୍ଦିରରୁ ଏହି ରଥ ପ୍ରତ୍ୟେକ ଦିନ ସନ୍ଧ୍ୟାଆଳତି ପରେ ଭକ୍ତଙ୍କ ଗହଣରେ ବାହାରେ | ନଗର ପରିକ୍ରମା ସମୟରେ ଘଣ୍ଟ ଘଣ୍ଟା ଖୋଳ ତାଳ ମୃଦଙ୍ଗ ଆଦି ନାନା ପାରମ୍ପରିକ ବାଦ୍ୟର ତାଳେ ତାଳେ ହରିନାମ ସଂକୀର୍ତ୍ତନରେ ଭକ୍ତିବିଭୋର ହୋଇ ନାଚି ନାଚି ନଗର ପରିକ୍ରମା କରାଇଥାନ୍ତି ଭକ୍ତ | ସ୍ତ୍ରୀ, ପୁରୁଷ,ବୃଦ୍ଧ ବନିତା ଶ୍ରୀ ଦୋଳଗୋବିନ୍ଦଙ୍କ ଏହି ଦୋଳ ବିମାନ ଯାତ୍ରାରେ ନିଜକୁ ହଜାଇ ଦିଅନ୍ତି |

ପାଞ୍ଚଦିନ ବ୍ୟାପି ହେଉଥିବା ଏହି ଉତ୍ସବ ହୋଲି ଦିନ ବିରାମ ନେବ ଏକାଦଶୀ ଓ ଦ୍ଵାଦଶୀରେ ନଗର ପରିକ୍ରମା ପରେ ତ୍ରୟୋଦଶି ଦିନ ମୋଘାପଡିର ପରମ୍ପରା ରହିଛି | ଏହା ଜଗନ୍ନାଥ ମନ୍ଦିରରେ ଏହି ବିଦ୍ଧି କରାଯାଇଥାଏ | ପୌରାଣିକ କିମ୍ବଦନ୍ତୀ ଅନୁସାରେ ହୀରଣ୍ୟ କସ୍ୟପୂର ଭଉଣୀ ହୋଲିକା ଭକ୍ତ ପ୍ରହଲ୍ଲାଦଙ୍କୁ ସାଙ୍ଗରେ ଧରି ନିଆଁରେ ଜାଲିଦେବାକୁ ଚେଷ୍ଟା କରିଥିଲେ | କିନ୍ତୁ ନିଜେ ସେହି ନିଆଁରେ ଭସ୍ମୀଭୂତ ହୋଇଯାଇଥିଲେ | କିନ୍ତୁ, ଭକ୍ତରାଜ ପ୍ରହଲ୍ଲାଦର କିଛି କ୍ଷତି ହୋଇ ନ ଥିଲା | ସେହି ପରମ୍ପରା ଅନୁସାରେ, ରୀତିନୀତି ଅନୁଯାୟୀ ଏହି “ମୋଘାପୋଡି” କାର୍ୟକ୍ରମ ଅନୁଷ୍ଠିତ ହୋଇଥାଏ |

ଦୋଳ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ନୂତନ ପଞ୍ଜିକା ପାଠ ପଢା ଯାଇଥାଏ | ଏବଂ ହୋଲିଦିନ ଭବ୍ୟ ଶୋଭାଯାତ୍ରା ସାଙ୍ଗକୁ ହରିନାମ ସଂକୀର୍ତ୍ତନ ଏବଂ ଢୋଲ ବାଜା ସହିତ ସ୍ଥାନୀୟ ବାସିନ୍ଦା ଦୋଳ ଗୋବିନ୍ଦଙ୍କ ସହିତ ହୋଲି ଖେଳିବା ଓ ପରସ୍ପରକୁ ଅଭିର ଲଗାଇ ହୋଲି ର ଶୁଭେଛା ଓ ଶୁଭ କାମନା ଜଣାନ୍ତି | ଏହିପରି ଏକ ଭକ୍ତିମୟ ପରିବେଶ ରେ ଭାଇଚାରାର ସନ୍ଦେଶ ଦେଇଥାଏ ଏହି ହୋଲି ପର୍ବ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: