ଡ୍ରାଇଭର ସଂଘ ର ଷ୍ଟିଅରିଂ ଛାଡ ଆନ୍ଦୋଳନ ଓ ଧାରଣା

0
247
ଡ୍ରାଇଭର ସଂଘ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୩) : ଓଡିଶା ଡ୍ରାଇଭର ସଂଘ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ଅଖଚକ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଡ୍ରାଇଭର ସଂଘ ପକ୍ଷରୁ ଆଜି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।WhatsApp Image 2023 03 15 at 16.28.11 ଡ୍ରାଇଭର ସଂଘ ର ଷ୍ଟିଅରିଂ ଛାଡ ଆନ୍ଦୋଳନ ଓ ଧାରଣା

ଡ୍ରାଇଭର ସଂଘ ର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ୧୦ ଦଫା ଦାବିକୁ ନେଇ ପ୍ରତ୍ୟେକ ପଞ୍ଚାୟତ ଛକ ଠାରେ ଯଥା ଶିକରପାଇ, କୁମ୍ଭାରଗୁଡା, ବେଲକୋଣା, କଲ୍ୟାଣସିଂହପୁରର, କୁଶବେଟି, ମଝିଗୁଡା, ଜଗନ୍ନାଥ ପୁର ଏହିପରି ବିଭିନ୍ନ ଛକ ରେ ଧାରଣା ରେ ବସି ନାରା ଦେଉଥିବା ଦେଖିବାକୁ ମିଳିଛି । ରୋଗିବୁହା ଗାଡି, ପୋଲିସ ଗାଡି, ଅଗ୍ନିଶମ ଗାଡି ଚଳାଚଳ ସ୍ୱାଭାବିକ ରହିବା ବ୍ୟତୀତ ଅନ୍ୟ ଗାଡି ଗୁଡିକ ବନ୍ଦ ରହିଛି ତାହା ସହିତ ପରୀକ୍ଷା କେନ୍ଦ୍ର, ଦୋକାନ ବଜାର ଖୋଲା ରହିଛି କେବଳ ଅଖ ଚକ ବନ୍ଦ କରାଯାଇଛି । ଯେଉଁ ପର୍ଯ୍ୟନ୍ତ ୧୦ ଦଫା ଦାବି ସରକାର ପୂରଣ ନ କରିବେ ସେ ପର୍ଯ୍ୟନ୍ତ ଧାରଣାରୁ ଓହରିବୁ ନାହିଁ ବୋଲି ସଂଘର ଉପସଭାପତି କୈଳାସ କାଶୀ, ସମ୍ପାଦକ ନବଘନ ଦଣ୍ଡସେନା, କଷାଧକ୍ଷ ନାଗଭୂଷଣ ତାଡିଙ୍ଗି ସମେତ ସଂଘର କର୍ମୀ ମାନେ ଉପସ୍ଥିତ ରହି କହିଛନ୍ତି । ଯାନବାହନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବସ, ଅଟୋ ବନ୍ଦ ହେବାରୁ ସ୍ଥାନେ ସ୍ଥାନେ ବିଦ୍ୟାଳୟ ଯିବା ଆସିବା ମଧ୍ୟ ଛାତ୍ର ଛାତ୍ରୀ ଅସୁବିଧା ହୋଇଥିବା ଜଣାପଡିଛି ।