Friday, March 29, 2024

Top 5 This Week

Related Posts

ଷ୍ଟିଅରିଂ ଛାଡି ରାଜ ରାସ୍ତା କୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୩) : ଆଜି ଓଡିଶା ଡ୍ରାଇଭର ମହାସଂଘ ର ଆହ୍ୱାନ କ୍ରମେ ଓ ରାଜ୍ୟ ଡ୍ରାଇଭର ଏକତା ମହାମଞ୍ଚ ର ନିଷ୍ପତ୍ତି କ୍ରମେ ରାଜ୍ୟ ର ବିଭିନ୍ନ ସଂଗଠନ ର ସମର୍ଥନ ରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରି ରାଜରାସ୍ତା ରେ ଗଣ ଧାରଣା ଦେଇଛନ୍ତି ସୁବର୍ଣ୍ଣପୁର ଜ଼ିଲ୍ଲା ଡ୍ରାଇଭର ସଂଘ ।WhatsApp Image 2023 03 16 at 11.20.50 ଷ୍ଟିଅରିଂ ଛାଡି ରାଜ ରାସ୍ତା କୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ସୋନପୁର ବ୍ଲକ୍ ସଭାପତି ନରୋତ୍ତମ ନନ୍ଦ ଓ ସମ୍ପାଦକ ଜ୍ୟୋତିରଂଜନ ପ୍ରଧାନ ଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ର ଅର୍ଜୁନପୁର ଛକ ଠାରେ ଡ୍ରାଇଭର ସଂଘ ର କର୍ମକର୍ତ୍ତା ମାନେ ଷ୍ଟିଅରିଂ ଛାଡି ରାଜ ରାସ୍ତା କୁ ଓହ୍ଲାଇବା ସହିତ ରାସ୍ତା ଅବରୋଧ ଜାରି ରଖିଥିବା ବେଳେ ସଙ୍ଘର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅକ୍ଷୟ ଥାପା ଓ ସମ୍ପାଦକ ସୁବାଷ ବିଶୋୟୀ ଙ୍କ ନେତୃତ୍ୱରେ ଜିଲ୍ଲାର ଛଅ ଟି ଯାକ ବ୍ଲକ ର ବିଭିନ୍ନ ମୁଖ୍ୟ ରାସ୍ତା ମାନଙ୍କ ରେ ବ୍ଲକ ସଂଘ ପକ୍ଷରୁ ଶାନ୍ତିପୂର୍ଣ ଭାବେ ଧାରଣା ଦିଆ ଯାଇଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ଗଣମାଧ୍ୟମ ଙ୍କ ସେବା, ମାଟ୍ରିକ ପରୀକ୍ଷାର୍ଥୀ ଙ୍କ ଯିବା ଆସିବା, ପୋଲିସ ଓ ପ୍ରଶାସନିକ ସେବା ଭଳି ଏସବୁ ଜରୁରୀ କାଳୀନ ସେବା ବ୍ୟତୀତ ଆଜି ଘରୋଇ ବସ, ଚାରି ଚକିଆ ଗାଡି ମୋଟର ଏପରିକି ଅଖ ଚକ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ପ୍ରାଣ ହାନି ରେ ୨୦ ଲକ୍ଷ ଟଙ୍କା, ରାଜପଥ ରେ ବିଶ୍ରାମ ଗାର, ଡ୍ରାଇଭର ଲାଇସେନ୍ସ ଫ୍ରି, ମାଗଣା ଶିକ୍ଷା ପ୍ରଦାନ, ଦ୍ଵିତୀୟ ସୈନିକ ମାନ୍ୟତା ପ୍ରମୁଖ ଦଶ ଦଫା ଦାବି ପ୍ରତି ରାଜ୍ୟ ସରକାର ଅଣଦେଖା କରିଥିବାରୁ ଏବଂ ତାଙ୍କ ଅଧିକାର ଓ ସମ୍ମାନ ଫେରି ପାଇବାକୁ ଆଜି ମହାସଂଘ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ଆନ୍ଦୋଳନ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି । ଯେମିତି ଜିଲ୍ଲା ର କୌଣସି ବି ସ୍ଥାନ ରେ କିଛି ଗଣ୍ଡଗୋଳ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଓ କଡା ନଜର ରଖିଥିବା ଜଣା ଯାଇଛି । ରାଜ୍ୟ ସାରା ଯାନ ବାହାନ ବନ୍ଦ ଥିବା ଯୋଗୁଁ ଜିଲ୍ଲା ର ସମସ୍ତ ସହର ର ବ୍ୟବସାୟ ଠପ୍ ହୋଇପଡ଼ିଥିବା ବେଳେ ଛୋଟ ବଡ଼ ଦୋକାନ ମାନଙ୍କ ରେ ଆଜି ଆଳୁ ପିଆଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଘୋର ଅଭାବ ଦେଖାଯାଇଛି । ଯଦି ଅତିଶୀଘ୍ର ଏହାର କିଛି ଠୋସ୍ ସମାଧାନର ରାସ୍ତା ନବାହାରେ ତାହେଲେ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ମୁଲ୍ୟବୃଦ୍ଧି ର ଆଶଂକା ଖାଉଟି ମହଲରେ ସୃଷ୍ଟି ହୋଇଛି ।

ସେହିପରି ବିନିକା ବ୍ଳକ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବା ଯୋଗୁଁ ବିନିକା ପ୍ରମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଥିଲା । ଅଚାନକ ଆସିଥିବା ମାଲ ବୋଝେଇ ଟ୍ରକ ଗୁଡ଼ିକର ଚାଳକ ମାନେ ଗାଡ଼ି ଅଟକାଇ ସଂଘର ନିଷ୍ପତିକୁ ସମର୍ଥନ ଦେଇଥିଲେ ।ସଂଘର ସଭାପତି ଲକ୍ଷ୍ମଣ ଥାଟି, ସମ୍ପାଦକ ପ୍ରେମାନନ୍ଦ ପର୍ଡ଼ିଆ, ମଣ୍ଟୁ ମାହାର, ଅନିଲ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ଡ୍ରାଇଭର ଭାଇ ମାନେ ବିଭିନ୍ନ ସ୍ଥାନରେ ରହି ପିକେଟିଂ କରିଥିଲେ । ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ, ପରୀକ୍ଷାର୍ଥି, ପ୍ରଶାସନିକ ଅଧିକାରୀଙ୍କ ଯିବା ଆସିବାକୁ ବାଦ ଦିଆଯାଇଥିଲା । ଡ୍ରାଇଭର ମହାସଂଘର ଦାବୀ ଗୁଡ଼ିକ ସମାଧାନ ଦିଗରେ ପଦକ୍ଷେପ ନିଆଯାଇ ନଥିବାରୁ ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

Popular Articles