Friday, March 29, 2024

Top 5 This Week

Related Posts

ଓଡ଼ିଶାଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୦୩) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସଦର ଠାରେ ଷ୍ଟିଅରିଙ୍ଗ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶାଡ୍ରାଇଭର ମହାସଂଘ ।WhatsApp Image 2023 03 15 at 20.06.01 1 ଓଡ଼ିଶାଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ

ଦୀର୍ଘ ତିନି ବର୍ଷ ହେଲା ବିଧାନସଭା ସମ୍ମୁଖରେ ବିକ୍ଷୋଭ ସହ ଦଣ୍ଡ ଯାତ୍ରା କରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ମିଳିଛି ଖାଲି ପ୍ରତିଶୃତି । ତେଣୁ ଆଜି ନଅ ଦଫା ଦାବି ନେଇ, ଷ୍ଟିଅରିଙ୍ଗ ଛାଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶାଡ୍ରାଇଭର ମହାସଂଘ । ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ , ସ୍କୁଲ , କଲେଜ , ପାଣିଟାଙ୍କି, ପ୍ରାଇଭେଟ୍ ଗାଡ଼ିକୁ ଏହି ଆନ୍ଦୋଳନରୁ ବାଦ ଦିଆଯାଇଛି । ଶାନ୍ତି ଶୃଙ୍ଖଳାରେ ଏହି ଆନ୍ଦୋଳନ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଡ୍ରାଇଭର ମହାସଂଘ ର ନଅ ଦଫା ଦାବି ମଧ୍ୟରେ ରହିଛି ।WhatsApp Image 2023 03 15 at 20.06.01 ଓଡ଼ିଶାଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ

ଜନସାଧାରଣଙ୍କ ଆକ୍ରୋଶର ଶିକାର ଡ୍ରାଇଭର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ୫୫ ବର୍ଷ ପରେ ପେନସନ ସୁବିଧା, ଦୁର୍ଘଟଣା ରେ ପ୍ରାଣ ହରାଇବା ଡ୍ରାଇଭରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା, ଅକର୍ମଣ୍ୟଙ୍କୁ ୧୦ଲକ୍ଷ, ଆହତଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ବିମା ଘୋଷଣା ସହ ଡ଼୍ରାଇଭର ମାନଙ୍କୁ ସୈନିକ ମାନ୍ୟତା, କଲ୍ୟାଣ ପାଣ୍ଠି ଗଠନ । ସରକାର ତୁରନ୍ତ ଏହି ସବୁ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ସହ ପିଲାଛୁଆଙ୍କୁ ଧରି ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ମହାସଂଘ । ତେବେ ସରକାର କେବେ ଆନ୍ଦୋଳନରତ ଡ୍ରାଇଭର ମାନଙ୍କ ଦାବି ପୂରଣ କରୁଛନ୍ତି ଓ ଡ଼୍ରାଇଭର ମାନେ ଆନ୍ଦୋଳନ ଛାଡି ଷ୍ଟିଅରିଙ୍ଗ ଧରୁଛନ୍ତି ଦେଖିବାକୁ ବାକି ରହିଲା ।

Popular Articles