Friday, March 29, 2024

Top 5 This Week

Related Posts

ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୩) : ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି । ୧୦ ଦଫା ଦାବିରେ ସମସ୍ତ ବ୍ଲକ୍ ଓ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ କରୁଛି ଡ୍ରାଇଭର ମିଳିତ ମଞ୍ଚ ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବ ଅଖଚକ ବନ୍ଦ କରିବେ ଡ୍ରାଇଭର । ଡ୍ରାଇଭରପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ । ହଜାର ହଜାର ଡ୍ରାଇଭର ରାସ୍ତା କୁ ଓହ୍ଲାଇ ପିକେଟିଂ କରୁଛନ୍ତି । ରାଜଧାନୀ ଭୁବନେଶ୍ୱର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭରମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ବ୍ରହ୍ମପୁର ଜାତୀୟ ରାଜପଥରେ ଡ୍ରାଇଭରଙ୍କ ପ୍ରତିବାଦ ଜାରି ରହିଛି । ସେହିପରି ରାଉରକେଲା ବାଲିଘାଟ ଜାତୀୟ ରାଜପଥରେ ଅବରୋଧ ଜାରି ରହିଛି । ସବୁ ପ୍ରବେଶ ପଥରେ ରୋକା ଯାଉଛି ହଳଦିଆ ନମ୍ବର ପ୍ଲେଟ୍ ଗାଡ଼ି । ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ଗୁଡିକୁ ବନ୍ଦରୁ ବାଦ ଦିଆଯାଇଛି । ଦୁଇ ବର୍ଷ ହେଲା ସରକାରଙ୍କ ନିକଟରେ ସଂଘ ଦାବି ରଖି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଇନଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛି ।

Popular Articles