ଭିନ୍ନକ୍ଷମ ପଞ୍ଜିକରଣ କର୍ମଶଳା ମୁନିଗୁଡ଼ା ଠାରେ ଅନୁଷ୍ଠିତ

0
123
ଭିନ୍ନକ୍ଷମ ପଞ୍ଜିକରଣ

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡ଼ା, (୧୪/୦୩) : ଭିନ୍ନକ୍ଷମ ପଞ୍ଜିକରଣ କର୍ମଶଳା ମୁନିଗୁଡ଼ା ଠାରେ ଅନୁଷ୍ଠିତ । ଜିଲ୍ଲା ମୁନିଗୁଡା ବ୍ଲକରେ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ତିନୋଟି ବ୍ଲକକୁ ନେଇ ଭିମଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହୋଇଥିଲା ।

ଉକ୍ତ ଶିବିର ରେ ୩ଟି ବ୍ଲକରୁ ପ୍ରାୟ ୧୬୫ ଜଣ ଦିବ୍ୟାଂଗ ଯୋଗ ଦେଇ UDID ସାର୍ଟିଫିକେଟ କରାଇଥିଲେ । ଆଜିର ଭିନ୍ନକ୍ଷମ ପଞ୍ଜିକରଣ କର୍ମଶଳା କାର୍ଯ୍ୟକ୍ରମରେ ରାୟଗଡା ଭିନ୍ନକ୍ଷମ ସଂଘର ସଭାପତି ଶ୍ରୀଯୁକ୍ତ ରାକେଶ ହିମିରିକା, ସମ୍ପାଦକ ଜଳନ୍ଧର ବାଚେଲି ଏବଂ କୋଲନରା ବ୍ଲକ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ସମ୍ପାଦକ ପ୍ରଫୁଲ୍ଲ ବିଡିକା, ସହ-ସମ୍ପାଦକ ରାମଚନ୍ଦ୍ର ବାତ୍ରିଆ ଓ DSSO, BSSO ସାର୍ ମାନେ ଯୋଗ ଦେଇ ସୁରୁଖୁରୁରେ କାର୍ଯ୍ୟ କରିଥିଲେ । ଭିନ୍ନଖ୍ୟମ ଭାଇ ଭଉଣୀ ମାନଂକ ନିମନ୍ତେ ବସିବା , ଖାଇବା ସବୁ ପ୍ରକାରର ସୁବିଧା କରାଯାଇଥିଲା । ଆଉ କିଛି ଦିବ୍ୟାଂଗ ଅନୁପସ୍ଥିତ ରହି ଯାଇ ଥିବାରୁ ସେମାନଙ୍କୁ ରାୟଗଡା ମୂଖ୍ୟ ଡାକ୍ତର ଖାନାରେ ପ୍ରଥମ ଓ ଚତୁର୍ଥ ଶୁକ୍ରବାର ଦିନ ଉପସ୍ଥିତ ହେବାପାଇଁ କୁହାଯାଇଛି ।