Thursday, March 28, 2024

Top 5 This Week

Related Posts

ଧାନ କୁପା ପୋଡି କ୍ଷତି ପରିବାରକୁ କନ୍ଧକୁଳ ସମାଜ ପକ୍ଷରୁ ୧୫ କ୍ୟୁଣ୍ଟାଲ ଧାନ ସହାୟତା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୪/୩) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର କନ୍ଧ କୁଳସମାଜ ତରଫରୁ ଧାମୁଣୀପଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦଭଟା ଗ୍ରାମର ଶ୍ରୀ ଲକଣ କରସିକାଙ୍କ ଧାନ କୁପା ଜାନୁଆରୀ ମାସରେ ନିଆଁ ଲାଗି ପୋଡିଯାଇଥିଲା ସେଥିରେ କନ୍ଧକୁଳ ସମାଜ ଉଚିତ ବିଚାର କରି ପ୍ରତ୍ୟେକ ଗ୍ରାମ ରୁ ଧାନ ସଂଗ୍ରହ କରି ଆଜି ୧୫ କ୍ୟୁଣ୍ଟାଲ ଧାନ ସହାୟତା କରିଥିବା ଜଣାପଡିଛି ।

ଧାନ କୁପା ପୋଡି କ୍ଷତି ପରିବାରକୁ କନ୍ଧକୁଳ ସମାଜ ପକ୍ଷରୁ ୧୫ କ୍ୟୁଣ୍ଟାଲ ଧାନ ସହାୟତା । ଏଥିରେ ବ୍ଲକ ଉପସଭାପତି ଶ୍ରୀ ଧନରସିଂ ତିମାକା, ବ୍ଲକ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ବିଶ୍ଵନାଥ କାଡ୍ରାକା, ବ୍ଲକ ଉପଦେଷ୍ଟା ଶ୍ରୀ ଯୋଗେନ୍ଦ୍ର ୱାଡାକା, ଶ୍ରୀମତୀ ଲକ୍ଷ୍ମୀ ପ୍ରାସ୍କା ସମତେ ପୂଜାରୀ ଗୁଡା ଗ୍ରାମ ପଞ୍ଚାୟତର ସଭାପତି ଶ୍ରୀ ଶଙ୍କର କାଡ୍ରାକା, ଶ୍ରୀନାଥ ହୁଇକା, ସୁନିଲ ହୁଇକା, ବ୍ଲକ କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ବିଡିକା, ଧାମୁଣୀପଙ୍ଗା ପଞ୍ଚାୟତ ର ସଭାପତି ଶ୍ରୀ ରାମାରାଓ କାଡ୍ରାକା, ସମ୍ପାଦକ ଶ୍ରୀ ମୁସିରି କାଡ୍ରାକା ଓ କନ୍ଧକୁଳ ସମାଜ ର ଭଦ୍ରବ୍ୟକ୍ତି ଉପସ୍ଥିତ ରହି ସହାୟତା ୧୫ କ୍ୟୁଣ୍ଟାଲ ଧାନ ପ୍ରଦାନ କରିଥିଲେ । ଅସହାୟ ପରିବାର ତାହା ଗ୍ରହଣ କରିଥିଲେ । ଏହା କନ୍ଧ କୁଳସମାଜ ର ପାଇଁ ଗୋଟିଏ ସଫଳତା ପ୍ରେରଣ ବୋଲି ବୁଦ୍ଧିଜୀବୀ ମୋହଲ ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଲୁଛି ।

Popular Articles