ଟିକାବାଲି ଥାନା କ୍ୱାଟର ଭିତରେ ଜଣେ କନଷ୍ଟେବଲ ଙ୍କ ଆତ୍ମହତ୍ୟା

0
93
ଟିକାବାଲି ଥାନା

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ/ଟିକାବାଲି, (୧୩/୦୩) ଟିକାବାଲି ଥାନା ସ୍ଥିତ ସରକାରୀ ବାସଭବନରେ ଶ୍ରୀନିବାସ ଘୋଟାଲ (୪୫) ନାମକ ଜଣେ କନଷ୍ଟେବଳ ବେକରେ ଗାମୁଛା ଲଗେଇ ଫ୍ୟାନ ରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।WhatsApp Image 2023 03 13 at 20.09.22 ଟିକାବାଲି ଥାନା କ୍ୱାଟର ଭିତରେ ଜଣେ କନଷ୍ଟେବଲ ଙ୍କ ଆତ୍ମହତ୍ୟା

ଟିକାବାଲି ଥାନା କ୍ୱାଟର ଭିତରେ ଜଣେ କନଷ୍ଟେବଲ ଙ୍କ ଆତ୍ମହତ୍ୟା । ସୂଚନା ଅନୁସାରେ ସେ ଫୁଲବାଣୀ ର ଡାକପାଲା ଗ୍ରାମର ବୋଲି ଜଣା ପଡିଛି । ସେ ୯୦ ବ୍ୟାଚ ର (ଓ ଏସ ଏଫ) ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ଆନୁମାନିକ ୨୦୧୭ ପରେ ଓ ଏସ ଏଫ କମ୍ପାନୀ ଛାଡି ପାଖାପାଖି ୬ ବର୍ଷ ହେବ ଓଡିଶା ପୋଲିସ ଭାବରେ ପ୍ରଥମେ ଫୁଲବାଣୀ ହେଡକ୍ୱାଟର କନଷ୍ଟ୍ରେବଲ ଭାବରେ ରହିବା ପରେ କୋଟଗଡ଼, ଜି ଉଦୟଗିରି, ଏହି ୨୦୨୧ ରୁ ଟିକାବାଲି ଥାନାରେ କନଷ୍ଟ୍ରେଵଲ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପରିବାର କହିବା ଅନୁସାରେ ତାଙ୍କର ଗାଁ ରେ ଏକ ନୂଆ ବାସଗୃହ ନିର୍ମାଣ ଆରମ୍ଭ କରିବା ପରେ ଜମିବାଡ଼ି କୁ ନେଇ ସଦାବେଳେ ଉଦାସ ମନରେ ରହୁଥିବା କହିଛନ୍ତି । ଆଜି ସ୍ଥାନୀୟ ଟିକାବାଲି ଥାନାରେ ସେଣ୍ଟ୍ରି ଡ଼ିଉଟି ପାଇଁ ତାଙ୍କ ସହକର୍ମୀ ମାନେ ଡାକିବା ବେଳେ ଶ୍ରୀନିବାସ ରହୁଥିବା କ୍ୱାଟର ର କବାଟ ଭିତର ପଟେ ବନ୍ଦ ଥିବା ଦେଖି ଝରକାରେ ଥିବା ଏକ ଛୋଟିଆ କାଣରୁ ଦେଖିବା ବେଳକୁ ଗାମୁଛାରେ ଫ୍ୟାନ ରେ ଝୁଲିଥିବା ଦେଖିବାକୁ ମିଳିଥିଲା ।