ଦେଶୀ ବନ୍ଧୁକ ସହ ଜଣେ ଗିରଫ

0
83
ଜଣେ

ରିପୋର୍ଟ : ଜଗଦୀଶ ଦାସ
ରାଇକିଆ, (୧୪/୦୩) : ଦେଶୀ ବନ୍ଧୁକ ସହ ଜଣେ ଗିରଫ ।

କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ କରଡା ସେକ୍ସନ ମଙ୍ଗଳ ପୁର ଜଙ୍ଗଲରେ ଶିକାର କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ରାଇକିଆ ରେଞ୍ଜର ମାଣିକେଶ୍ଵରୀ ପଟନାୟକ କରଡା ବନ ବିଭାଗ ଏକ ଟିମ୍ ଗଠନ କରି ବିଳମ୍ବିତ ରାତିରେ ମଙ୍ଗଳ ପୁର ଜଙ୍ଗଲରେ ଚଢାଓ କରିଥିଲେ । ଘଟଣା ସ୍ଥଳରୁ ଦେଶୀ ବନ୍ଧୁକ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ବନ ବିଭାଗ । ଗିରଫ ଜଣକ ହେଲେ ମଙ୍ଗଳ ପୁର ଗ୍ରାମ ର ସଞ୍ଜୟ ପ୍ରଧାନ ।