ମୋବାଇଲ ଡାଟା କୁ କେନ୍ଦ୍ର କରି ନିଜ ସ୍ୱାମୀ ଙ୍କୁ ପନିକି ରେ ମରଣାନ୍ତକ ଆକ୍ରମଣ 

0
110
ମୋବାଇଲ ଡାଟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୩/୦୩) : ବଲାଙ୍ଗୀର ଜିଲ୍ଲାର କେସେରକେଲା ଗ୍ରାମ ରେ ରବିବାର ରାତି ରେ ମୋବାଇଲ ଡାଟା କୁ କେନ୍ଦ୍ର କରି ନିଜ ସ୍ୱାମୀଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ କରି ଥିବା ସୂଚନା ମିଳିଛି ।WhatsApp Image 2023 03 13 at 11.03.27 1 ମୋବାଇଲ ଡାଟା କୁ କେନ୍ଦ୍ର କରି ନିଜ ସ୍ୱାମୀ ଙ୍କୁ ପନିକି ରେ ମରଣାନ୍ତକ ଆକ୍ରମଣ 

ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା ରେ ଗ୍ରାମବାସୀ ଆଣି ଭର୍ତ୍ତି କରିଛନ୍ତି । ସୂଚନାନୁଜାୟୀ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସରକେଲା ଗ୍ରାମର ଗଣେଶ୍ୱର ସୁନା ଗତ ଛଅ ବର୍ଷ ତଳେ ଛତିଶଗଡ ରାଜ୍ୟ ର ବିଳାସପୁରର ଈଶ୍ଵରୀ କୁମାରୀ ଙ୍କୁ ବୈଦିକ ରୀତିରେ ବାହା ହୋଇଥିଲେ । ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ରହିଛି । ଉଭୟ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟରେ ଆଉ ଏକ ମୋବାଇଲ କିଣା ନେଇ ସ୍ୱାମୀ, ସ୍ତ୍ରୀ ଙ୍କ ଭିତରେ ବଚସା ଲାଗି ରହିଥିଲା । ଗଣେଶ୍ଵର ସୁନା କହିବାନୁଯାୟୀ, ଗତକାଲି ସ୍ୱାମୀଙ୍କୁ ମୋବାଇଲ ମାଗିଥିଲେ ସ୍ତ୍ରୀ ଈଶ୍ଵରୀ । ମୋବାଇଲ ଡାଟା ଶେଷ ହୋଇଯିବ କହି ସ୍ତ୍ରୀ କୁ ମୋବାଇଲ ଦେଇନଥିଲେ ଗଣେଶ୍ୱର ।

ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ହାଠାତ ଈଶ୍ଵରୀ ପନିକି ଆଣି ଗଣେଶ୍ୱର ଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ । ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତ ରେ ମଧ୍ୟ କ୍ରମାଗତ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ଲହୁଲୁହାଣ କରି ଦେଇ ନିଜ ଝିଅ ସହିତ ସ୍ତ୍ରୀ ଫେରାର ହୋଇଯାଇ ଥିଲେ । ସ୍ଥାନୀୟ ଲୋକେ ଗଣେଶ୍ୱରକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଆଣି ଭର୍ତି କରିଥିଲେ । ହସପିଟାଲରେ ଥିବାରୁ ଏନେଇ ପୁଇଁତଲା ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ସ୍ୱାମୀ ଗଣେଶ୍ୱର ।