Friday, March 29, 2024

Top 5 This Week

Related Posts

ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ କଲେ ଶିକ୍ଷକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୧୩/୦୩) : ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ କଲେ ଶିକ୍ଷକ । ଥାନାରେ ମାମଲା ରୁଜ୍ଜୁ ହେବା ପରେ ଶିକ୍ଷକଙ୍କୁ ଅଟକ ରଖିଛି ରାୟଗଡ଼ା ପୋଲିସ ।

ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହର ର କଲେଜ ରୋଡ ସ୍ଥିତ ଏକ ଜିମ୍ ସାମଗ୍ରୀ ବିକ୍ରି ଦୋକାନରେ । ଆହାତ ଦୋକାନୀ ବିରେନ୍ଦ୍ର କୁମାର ଥାଟୋଇ ଦୋକାନରେ ବସିଥିବା ବେଳେ ହଟାତ ପ୍ରଦୀପ କୁମାର ତ୍ରିପାଠୀ ନାମକ ଶିକ୍ଷକ ଏକ ଛୁରାରେ ମୁଣ୍ଡରେ ଆକ୍ରମଣ କରିଛନ୍ତି । ଗୁରୁତର ଦୋକାନୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ଘଟଣାର ଅଭିଯୋଗ ପାଇ ରାୟଗଡ଼ା ପୋଲିସ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଛି ।

Popular Articles