ବେଆଇନ ବାସଗୃହ ଉଚ୍ଛେଦ

0
89
ବେଆଇନ ବାସଗୃହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୨/୦୩) : ବେଆଇନ ବାସଗୃହ ଉଚ୍ଛେଦ । ବଲାଙ୍ଗିର ପରେ ଏବେ ପାଟଣାଗଡ଼ ଅଞ୍ଚଳରେ ଅବାଧ ଭାବରେ ବଢୁ ଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଶୂନ୍ୟ ସହନ ଶିଳତା ଅବଲମ୍ବନ କରିଛି ପାଟଣାଗଡ଼ ପ୍ରଶାସନ ଓ ପୋଲିସ ।

ଏ ନେଇ ସରକାରୀ ସ୍ଥାନରେ ଗଢି ଉଠିଥିବା ବେଆଇନ ବାସଗୃହ ତିଆରି କରି ଅପରାଧୀ ଜଗା ସେନାପତି ଷଡଯନ୍ତ୍ର ରଚୁଥିବାରୁ ତାକୁ ଆଜି ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ଏକ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦେଇଥିଲା । ପରେ ପରେ ସେ କରିଥିବା ଏକ ଇଟା ଭାଟିକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଥିଲା । ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀଙ୍କ ନେତୃତ୍ବରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠି ଅତିରିକ୍ତ ତହସିଲଦାର ଧୀରଜ ପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ ଯୋତିର୍ମୟ ଭୁକ୍ତ । ଥାନା ଅଧିକାରୀ ଅନନ୍ତ ପ୍ରଧାନ, ସେକେଣ୍ଡ ଅଫିସର ବ୍ରଜ ପଣ୍ଡା ସହଯୋଗ କରିଥିଲେ । ପୂର୍ବରୁ ଜଗା ସେନାପତି ଙ୍କ ନାଁରେ ପାଟଣାଗଡ଼ ଥାନାରେ ଆଠ ଗୋଟି ବିଭିନ୍ନ ଅପରାଧିକ ମାମଲା ଥିବାର ସ୍ଥାନୀୟ ଏସ ଡ଼ି ପି ଓ ଯୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି ।