ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

0
89
ଆସନ୍ତା ୨୬

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୦୩) : ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶାହ ।

ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡି ଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡ଼ିଆରେ ବିରାଟ ସାଧାରଣ ସଭା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଶାହ । କାର୍ଯ୍ୟକର୍ତ୍ତାଙ୍କ ସହ ଭେଟଘାଟ କରିବେ ଏବଂ ମୋରାଲ ସପୋର୍ଟ ଦେବେ । ଜନସଭାରେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଭଦ୍ରକ ଲୋକସଭା ଅନ୍ତର୍ଗତ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଏହି ଜନସଭାରେ ସାମିଲ ହେବେ । ତାପରେ ଭୁବନେଶ୍ୱରରେ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ଏବଂ ରଣନୀତି ପ୍ରସ୍ତୁତ କରିବେ । ଶେଷରେ ସେହିଦିନ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ଅମିତ ଶାହ । ଏ ନେଇ ସୂଚନା ଦେଇଛନ୍ତି ଲେଖଶ୍ରୀ ସାମନ୍ତସିଂହାର ।