ମୁନିଗୁଡା କୁ ଏନ ଏ ସି ଓ ରାଜସ୍ୱ ଉପଖଣ୍ଡ ପାଇଁ ମାନ୍ୟତା ଦାବୀ

0
129
ମୁନିଗୁଡା

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡା, (୧୧/୦୩) : ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକ କନେକାପରେମେଶ୍ପର ସ୍ଥିତ ବ୍ଲକ ଓ ତହସିଲ ପର୍ଯ୍ୟନ୍ତ ଏକ ରାଲି ଏନ୍ଏ ସି ଓ ରାଜସ୍ୱ ଉପଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୀଆରେ ତହସିଲଦାର ଓ ବିଡ଼ିଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ବ୍ୟବସାୟିକ ପେଣ୍ଠସ୍ଥଳୀ ସହିତ ବ୍ୟସ୍ତବହୁଳ ସହର । ବିଗତ କୋଡିଏ ବର୍ଷ ହେବ ଆନୁଷଙ୍ଗିକ ବ୍ୟବସ୍ଥା ଗୁଡିକ ଆଖିଦୃଷ୍ଟିଆ ବିକାଶ ହେଉଥିବା ବେଳେ ଅନେକଥର NAC ଦାବୀ କରାଯାଇଛି । କିନ୍ତୁ ବିକାଶର ଡୀଂ ଦିମ ପିଟି ଚାଲିଥିବା ସରକାର କୌଣସି ଗୁରୁତ୍ୱ ଦେଉନଥିବା ନେଇ ଆଜି ମୁନିଗୁଡା ବିକାଶପରିଷଦ ଓ ମାର୍ଚେଣ୍ଟ ଆସୋସିଏସ ଓ ମୁନିଗୁଡାର ସମସ୍ତ ଶୌଣ୍ଡିକ ସମାଜ, କଡରା ସମାଜ, କୁମୁଟି ସମାଜ, ବାମୁଣ,ସମାଜ ଗୌଡ ସମାଜ, ସବୁ ବର୍ଗର ସମାଜ ଉପସ୍ଥିତ ରହିଥିଲେ । ଏହା ହଁ ସାଧାରଣ ଲୋକଙ୍କ ତରଫରୁ ଆଜି ପୁଣି ଜୋର ଧରିଲା NAC ଦାବି ।

ଏଥିସହିତ ରାୟଗଡା ଜ଼ିଲ୍ଲା ଉପଖଣ୍ଡ ର ମାନ୍ୟତା ପାଇଁ ଆଜି ମୁନିଗୁଡା କନକା ପରମେଶ୍ୱରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶହଶହ ଜନତା ଏକ ତ୍ରୀତ ହୋଇ ଶାନ୍ତି ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ଗୋଷ୍ଠିଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଓ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଲିଖିତ ଦାବୀ କରାଯାଇଛି । ତେବେ ଗତଦିନ ମାନଙ୍କରେ ଅନେକ ରାଲି ସରିଛି , ଅନେକ ଗଣ ଧାରଣା ବି ସରିଛି । ହେଲେ ମିଳିଥିଲା ପ୍ରତିଶୃତି । ହେଲେ ପ୍ରତିଶୃତି ହେଉଛି ପ୍ରତାରଣା । ତେବେ ସ୍ଥାନୀୟ ବିଧାୟକଙ୍କ ପ୍ରତିଶୃତି କେବେ ସ୍ଥାୟୀ ଭାବେ ଥୟ ହେବ ଓ କେବେ ବିକାଶ ହେବ ମୁନିଗୁଡା ତାହା ଦେଖିବାକୁ ବାକିରହିଲା ।