Friday, March 29, 2024

Top 5 This Week

Related Posts

ଜମି – ଜଳ – ଜଙ୍ଗଲ ଅଧିକାର ପାଇଁ ଆଦିବାସୀ ମେଳି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୦/୩) : ଜମି – ଜଳ – ଜଙ୍ଗଲ ଅଧିକାର ପାଇଁ ଆଜି ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଟି ପଞ୍ଚାୟତ ର ତାମିଲ ଗୁଡା ଗାଁ ଠାରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାମନାଗୁଡା ବ୍ଲକ ର ଅନେକ ଅଞ୍ଚଳରେ ପୁର୍ବ ପୁରୁଷରୁ ଆଦିବାସୀ ମାନେ ଡଗଂର – ପାହାଡ଼ ଖୋଳି ସମତଳ କରି ଚାଷବାସ କରୁଛନ୍ତି । ଉକ୍ତ ଜମି ପାଇଁ ଆଦିବାସୀ ମାନେ ଅନେକ ବର୍ଷ ଧରି ଆନ୍ଦୋଳନ କରିଆସୁଛନ୍ତି, ହେଲେ ଜମିର ପଟା ପାଇପାରୁନାହାନ୍ତି । ଉକ୍ତ ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ପ୍ରକାଶ ଥାଉକି ରାମନାଗୁଡା ବ୍ଲକରେ ଆଦିବାସୀ ମାନଙ୍କ ଜମି ଗୁଡ଼ିକୁ ଆନ୍ଧ୍ର ପ୍ରଦେଶର ଜମି ମାଲିକ ମାନେ ବେନାମୀ ଭାବେ ସରକାର କଳକୁ ହାତ କରି ପଟା କରିନେଇଛନ୍ତି । ବର୍ତ୍ତମାନ୍ ସୁଦ୍ଧା ଅନେକ ଜମି ଆଦିବାସୀ ମାନଙ୍କ ଦଖଲରେ ରହିଛି । ଏଥିପାଇଁ ଏପ୍ରିଲ ୨୩.୩.୨୪ ତାରିଖ ଠାରୁ ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସରକାରଙ୍କ ନିକଟରେ କେତେକ ଦାବୀ ଉପସ୍ଥାପନା କରାଯାଇଛି , ସେଗୁଡିକ ହେଲା, ଗୁଲୁଣ୍ଟି ପଞ୍ଚାୟତ ର ତାମିଲ ଗୁଡା ଗାଁ’ର ଆଦିବାସୀ ମାନେ ଆଜକୁ ୫୦ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ଜମି କୁ ଆଦିବାସୀ ମାନଙ୍କୁ ପଟା ଯୋଗାଇ ଦିଆଯାଉ, ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ଲାଉଗୁଡ଼ା ଗ୍ରାମାଞ୍ଚଳରେ ଆନ୍ଧ୍ର ଲୋକ ଜମି ହଡପ କରିଛନ୍ତି ଏହାକୁ ବହାର କରି ଲାଉଗୁଡ଼ା ଗାଁ’ର ଆଦିବାସୀ ମାନଙ୍କୁ ପଟା ବଣ୍ଟନ କରାଯାଉ, ସମସ୍ତ ଜବ କାର୍ଡ ଧାରିଙ୍କୁ ଏମ ଜି ଏନ ଆର ଜିଏ ରେ ୨୦୦ ଦିନ କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ଗୋଗୁପାଚୁ ପଞ୍ଚାୟତ ର କେରାଣ୍ଡି ଗୁଡା ବ୍ରିଜ ଅତି ଶୀଘ୍ର ନିର୍ମାଣ ସହ ରାମନାଗୁଡା ବ୍ଲକ ରେ ଜବ କାର୍ଡ ଧାରି ମାନକଂ ଖାତା କୁ ଠିକାଦାର ମାନେ ପୋଷ୍ଟାଲ ଓ ଅନାନ୍ୟ ବ୍ୟାଙ୍କ ଗୁପ୍ତ ଖାତା କରି ଟକାଂ ଠକୁଛନ୍ତି ଏହା ତଦନ୍ତ କରି ଦୋଷୀ ମାନକଂ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଆଜିର ଏହି ବୈଠଜରେ ତିରୁପତି ଗମାଙ୍ଗ ପୌରହିତ କରିଥିବା ବେଳେ ଦାସୁରୁ ପାତିକା, ଛାନ୍ତି ମଣ୍ଡାଙ୍ଗି, ହରିଶ୍ଚନ୍ଦ୍ର ନିମାଲା, ଗୁୟୁଂଡୁ ଶବର, ସନ୍ୟା ଶବର, ଏଲିଅ ବିଡିକା, ରମେଶ ବିଡିକା, ମୋଜେସ ବିଡିକା, ଗୋବିନ୍ଦ ପାତିକା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ ।

Popular Articles