ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0
250
ଆନ୍ତର୍ଜାତୀୟ ମହିଳା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୩) : ରାୟଗଡା ଜିଲ୍ଲା କଲନରା ବ୍ଲକ ଓ କଲ୍ୟାଣସିଂହପୁର ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି ।WhatsApp Image 2023 03 10 at 14.53.01 ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

କଲନରା ବ୍ଲକ ଉପର ଜାମ୍ବୁ ଗ୍ରାମରେ ଅଗ୍ରଣ ଅନୁଷ୍ଠାନ ଆଇ ଏଫ ଏଚ ଡି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ମହିଳା ଦିବସ ପାଳନ କାର୍ଯ୍ୟକ୍ରମ ରେ ଉପର ଜାମ୍ବୁ, ବାଣୀ ଗାଁ, ଜାପାଓ, ଚଞ୍ଚଡା ଡୁଗ୍ରମ ମୋଟ ୭ଗୋଟି ସ୍ୱୟଂସହାୟକ ଗୋଷ୍ଠୀ ର ୬୦ ରୁ ଉର୍ଦ୍ଧ୍ୱ ମହିଳା ମାନେ ଯୋଗଦେଇଥିଲେ । ବାଇସିଂ ପଞ୍ଚାୟତ ର ଏମ ବି କେ ସାରଷା ତାଡିଙ୍ଗି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସି ଆର ପି ସେବତୀ ତାଡିଙ୍ଗି, ଅଙ୍ଗନ ୱାଡି କର୍ମୀ ସାଦାଇ ବିଡିକା ଏସ ଏହ ଜି ଗୃପ ର ସଭାପତି ଓ ସମ୍ପାଦକ ମାନେ ମହିଳା ଦିବସ ପାଳନ ଓ ଏହାର ଉଦେଶ୍ୟ ଉପରେ ମତ ପ୍ରକାଶ କରିଥିଲେ । କାହିଁକି ମହିଳା ଦିବସ ପାଳନ କରାଯାଇଛି ସେହି ସମ୍ପର୍କରେ ଭକ୍ତବ୍ୟ ଦେଇଥିଲେ । ଏହି ମହିଳା ଦିବସ ପାଳନ କାର୍ଯ୍ୟକ୍ରମ କୁ ଆଇ ଏଫ ଏଚ ଡି ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ବିଚିତ୍ର କୁମାର ରାଉତ, ଆଶା ଦିଦି କମଳା ତାଡିଙ୍ଗି, ଉପର ଜାମ୍ବୁ ଗାଁ ର ଜଗଦୀଶ ରାଓ ଏସ ଏହ ଜି ଗୃପ ର ସମସ୍ତ ସଭ୍ୟା ମାନେ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ମହିଳା ମାନଙ୍କୁ ସେବତୀ ତାଡିଙ୍ଗି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।