Friday, March 29, 2024

Top 5 This Week

Related Posts

ପଶ୍ଚିମା ଝଡ ପ୍ରଭାବରେ ଥିବା ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୩) : ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଯାହାଦ୍ୱାରା ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ତେବେ ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ସମେତ ସଂଲଗ୍ନ ଅଞ୍ଚଳରେ ଆଜି ଆକାଶ ମେଘାଚ୍ଛନ୍ନ ରହିଛି ।

ଗତକାଲି କିଛି ଜିଲ୍ଲାରେ ମଧ୍ୟ ହାଲୁକା ବର୍ଷା ହୋଇଯାଇଛି । ସେହିପରି ଆଜି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ବିଜୁଳି, ଘଡଘଡି ସହ ଝଡବର୍ଷା ହେବ । ପଶ୍ଚିମା ଝଡ ପ୍ରଭାବରେ ଥିବା ଜିଲ୍ଲା ସବୁକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ ୧୧ରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନଳ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା କମ୍‌ ରହିଛି । ଗତକାଲି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୌଦ୍ଧ ଠାରେ ୩୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାରେ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୩.୬ ଡିଗ୍ରୀ ଓ କଟକର ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Popular Articles