ରାଧାକୃଷ୍ଣ ମନ୍ଦିର ପେଲେସ ଲାଇନ ଠାରେ ୧୩ ତମ ହରିହର ଭେଟ ଉତ୍ସବ

0
113
ରାଧାକୃଷ୍ଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୭/୦୩) : ବଲାଙ୍ଗୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଗତ ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬ ସମୟରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହର ସଂସ୍ଥରିନଗର ଠାରୁ ଶତାଧିକ ଭକ୍ତ ବାଜା ଓ ଫଗୁଣର ରଙ୍ଗରେ ଶୋଭାଯାତ୍ରା ରେ ପାଦ ପରିକ୍ରମା କରି ଆରଟିଓ ଛକ, ରେଡ଼ିଓ ଷ୍ଟେସନ କଲୋନୀ ମଧ୍ୟ ଦେଇ ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପହଂଚି ଥିଲା । ସେଠାରେ ଶ୍ରୀ ହରି ଓ ଶ୍ରୀ ହରଙ୍କ ମିଳନ ଫଗୁ ରଙ୍ଗରେ ଏକ ଭକ୍ତ ଭରା ପରିବେଶ ରେ ଅନୁଷ୍ଠିତ ହୋଇଥିଲା । ମିଳନ ପରେ ଶ୍ରୀ ହରଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି ଅନୁଷ୍ଠିତ ହୋଇଥିଲା । ଶ୍ରୀହରଙ୍କ ପକ୍ଷରୁ ସନ୍ତୋଷ କୁମାର ସା ଓ ପଦ୍ମିନୀ ସା ଓ ଶ୍ରୀହରିଙ୍କ ପକ୍ଷରୁ ପ୍ରଭାତ ସାହୁ ଓ ଜ୍ୟୋଷ୍ଣାମୟୀ ସାହୁ କାର୍ଯ୍ୟ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ଓ ହୋମଯଜ୍ଞ ରାଧା କୃଷ୍ଣ ମନ୍ଦିର ପୂଜକ ଅଜୟ ମିଶ୍ର ଓ ଖଗେଶ୍ୱର ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏ ଉପଲକ୍ଷେ ଭକ୍ତଭାର ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ଓ ଭକ୍ତମାନେ ନାଚଗୀତ ରେ ମଜ୍ଜିଯାଇଥିଲେ ।

ଶେଷରେ ପ୍ରସାଦ ସେବନ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା । କିରଣ ର ସଂଗଠକ ମଧୁ ସାହୁ, ସଭାପତି ନରେନ୍ଦ୍ର ପଧାନ, ସମ୍ପାଦକ ନୟନ କୁମାର ସା, ତ୍ରିଲୋଚନ ସିଂ, ଭାଗବତ ସାହୁ, ବିଳାସ ସାହୁ, କାଞ୍ଚନ ବିଶି, ଗୁଣ ହଂସ, ଫିକିର ମୋହନ ସାହୁ, ଭାସ୍କର ନୟର, ପଦ୍ମିନୀ ସାହୁ ପଦ୍ମାଳୟା ଦାସ, ଦମୟନ୍ତୀ ସାହୁ, ଶୋଭାବିତ ସାହୁ ଓ କିରଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବହୁ ଭକ୍ତ ସାମିଲ ହୋଇଥିଲେ । ଅପରପକ୍ଷେ ରାଧାକୃଷ୍ଣ ମନ୍ଦିର କମିଟି ଜୟଚନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ସୁଧୀର ଚାନ୍ଦ, ଓମ ପ୍ରକାଶ ଚାନ୍ଦ, ବି.ବି. ହୋତା ଓ ଅନ୍ୟ ସଭ୍ୟ ସଭ୍ୟା ସହ ବହୁ ଭକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।