Friday, August 14, 2020
Home District News ସ୍ଵାଭିମାନ ଅଞ୍ଚଳରେ ସମାଧାନ ଶିବିର

ସ୍ଵାଭିମାନ ଅଞ୍ଚଳରେ ସମାଧାନ ଶିବିର

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା(୨୯/୦୨): ୯ ବର୍ଷ ପରେ ଦିତୀୟ ଥର ପାଇଁ ହେଲା ସ୍ଵାଭିମାନ ଅଞ୍ଚଳରେ ସମାଧାନ ଶିବିର । ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଖାଇଲେ ଭାତ ଡାଲମା ଜିଲ୍ଲା ପ୍ରଶାସନ । ପୋଲିସ ବାଣ୍ଟିଲା କମ୍ବଳ । ସ୍ଵାଭିମାନ ଅଞ୍ଚଳରେ ଆଜି ମହା ସମାଧାନ ଶିବିରର ଆୟୋଜନ ହୋଇଯାଇଛି ।

ଜିଲ୍ଲା ପ୍ରଶାସନ ସହ ଜନସାଧାରଣ ସିଧା ସଳଖ ମିଳନ ହୋଇଛି । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନ୍ତପାଇଠାରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ମାଲକାନଗିରି ଜିଲାପାଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ନୁଷ୍ଠିତ ହୋଇଛି । ଏଠାରେ ହଜାର ହଜାର ବିଛିନ୍ନାଞ୍ଚଳ ବାସିନ୍ଦା ଆସି ନିଜ ନିଜର ଅସୁବିଧା ସମ୍ପର୍କରେ ସିଧା ସଳଖ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ଚାଲିଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ଚିତ୍ରକୋଣ୍ଡା ବ୍ଲକର ବ୍ୟାଙ୍କ ଶାଖା ଠାରୁ ଆରମ୍ଭ କରି ବିଧବା ପେନସନ ପର୍ଯ୍ୟନ୍ତ ସବୁ ଅଭିଯୋଗ ଗ୍ରହଣ କରିଛନ୍ତି ଜିଲ୍ଲାପାଲ । ଦିନେ ଏହି ସବୁ ଅଂଚଳକୁ କୌଣସି ପ୍ରଶାସକଙ୍କ ପାଦ ପଡୁ ନ ଥିବା ବେଳେ ଆଜି ଏହି ସମାଧାନ ଶିବିରର ଆୟୋଜନକୁ ଦେଖି ବହୁତ ଖୁସି ହେଇଛନ୍ତି ସ୍ଥାନୀୟ ବାସିନ୍ଦା । ୨୦୧୧ ମସିହାରେ ମାଲକାନଗିରି ର ପୂର୍ବତନ ଜିଲ୍ଲାପାଳ ଆର. ଭିନୀଲ କ୍ରିଷ୍ଣା ଜନସମ୍ପର୍କ ଶିବିର ଆୟୋଜନ କରିବାକୁ ଆସି ନକ୍ସଲ ପନ୍ଥୀଙ୍କ ଦ୍ଵାରା ଅପହୃତ ହୋଇଥିଲେ । ତାହା ପରଠାରୁ ହୋଇପାରି ନ ଥିଲା କୌଣସି ବିକାଶ ମୂଳକ କାର୍ଯ୍ୟ ଏହି ଅଞ୍ଚଳରେ । ଗୁରୁପ୍ରିୟ ସେତୁ ନିର୍ମାଣ ପରେ ପୁନର୍ବାର ଆରମ୍ଭ ହୋଇଛି ଏହି ଅଞ୍ଚଳର ବିକାଶ ।

ବର୍ତମାନ ବିଛିନ୍ନାଂଚଳ ପରିବର୍ତେ ଏହି ଅଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ଆଖ୍ୟା ଦିଆଯାଇଛି । ସେତୁ ନିର୍ମାଣ ହେବା ପରେ ଜନବାଇ ଠାରୁ ଯୋଡାମ୍ବୋ ପର୍ଯ୍ୟନ୍ତ ଯାତାୟାତ ସମ୍ଭବ ହୋଇପାରିଛି । ଦିନେ ଯାହା ଥିଲା ସ୍ଵପ୍ନ ଏହି ଅଞ୍ଚଳ ବାସୀଙ୍କ ପାଇଁ, ତାହା ଆଜି ବାସ୍ତବରେ ପରିଣତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଆସିଥିବା ବେଳେ ସହଯୋଗର ହାତ ବଡାଇଥିଲେ ଏନଜିଓ ଗୁଡିକ । ଏପରିକି ବାଦ ପଡିନଥିଲା ମହିଳା ସଶକ୍ତି କରଣ । ନାରୀ ନିର୍ଯ୍ୟାତନା ଉପରେ କିପରି ରୋକ ଲଗାଯାଇ ପାରିବ ସେଥିପାଇଁ ଲୋକଙ୍କୁ ସଚେତନା କରେଇଥିଲେ ଜିଲ୍ଲାପାଳଙ୍କ ସହ ନାରୀ ସେଚ୍ଛାସେବୀ ଦଳ । ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଆରକ୍ଷୀ ଅଧିକ୍ଷକ ନିଜେ ସ୍ଥାନୀୟ ଲୋକଙ୍କ ସହ ମିଶି ଖାଇଥିଲେ ଭାତ ଡାଲମା । ଏହି ଅଞ୍ଚଳର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିବା ସହ ସମସ୍ତ ବଡ ବଡ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବରୁ ଏହି ଅଞ୍ଚଳର ଲୋକେ ବହୁ ଅସୁବିଧାର ସହିତ ନିଜକୁ ଚଳେଇ ନେଉଥିଲେ । ବର୍ତମାନ ଆଉ ସେପରି ଅସୁବିଧା ହେବ ନାହି । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସମସ୍ତ ସୁବିଧା କରାଯିବ । ପାନୀୟ ଜଳ ଠାରୁ ଆରମ୍ଭ କରି ସ୍କୁଲ, ମେଡିକାଲ, ଯାତାୟାତ ପାଇଁ ରାସ୍ତା ଘାଟ ସବୁ ନିର୍ମାଣ କରାଯିବ, ଯେପରିକି ଆଉ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ କରିବାକୁ ନ ପଡେ, ସେଥିପାଇଁ ପୁରା ଚେଷ୍ଟା କରାଯିବା ସହିତ ସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡା କଡି କରାଯିବ । ଦିନେ ଏହି ସ୍ଵାଭିମାନ ଆଞ୍ଚଲ ବାସିନ୍ଦା ନକ୍ସଲଙ୍କୁ ସାହାଯ୍ୟ କରୁଥିଲେ, କିନ୍ତୁ ଆଜି ବଦଳିଛି ସମୟ, ବଦଳିଛି ଚିତ୍ରକୋଣ୍ଡା ବିଚିନ୍ନାଞ୍ଚଳର ସ୍ଥିତି । ବର୍ତମାନ ନିଜ ଅଞ୍ଚଳର ବିକାଶ ପାଇଁ ପ୍ରଶାସନଙ୍କୁ ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ବାସିନ୍ଦା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: