Thursday, March 28, 2024

Top 5 This Week

Related Posts

ବିଦ୍ୟାଳୟ ରେ ଶିକ୍ଷକ ନାହାଁନ୍ତି : ଅଭିଭାବକ ଅସନ୍ତୋଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା ଖଟଗନ୍ତା ପ୍ରାଥମିକ ବିଦ୍ୟାଳୟ ରେ ପିଲା ବସିଛନ୍ତି ଶିକ୍ଷକ ନ ରହିଥିବା ଦେଖିବାକୁ ମିଳିଛି ।WhatsApp Image 2023 03 09 at 16.54.43 ବିଦ୍ୟାଳୟ ରେ ଶିକ୍ଷକ ନାହାଁନ୍ତି : ଅଭିଭାବକ ଅସନ୍ତୋଷ

ହୋଲି ଉତ୍ସବ ଉପଲକ୍ଷେ ଦୁଇଦିନ ଧରି ବିଦ୍ୟାଳୟ ବନ୍ଦ ରହିଥିଲା । ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷକ ରହିଛନ୍ତି । ତାହା ଆଜି ବିଦ୍ୟାଳୟ ଖୋଲା ରହିଥିବାରୁ ବିଦ୍ୟାଳୟରେ କେବଳ ଛାତ୍ର ଛାତ୍ରୀ ରହିଥିବା ବେଳେ ଶିକ୍ଷକ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ତାଲା ରୋଷେୟା ଲକ୍ଷ୍ମୀ ତିଆକା ଖୋଲିଥିଲେ । ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ରହିଥିବା ଯୋଗୁଁ ଛାତ୍ର ଛାତ୍ରୀ ମଧ୍ୟରେ ପାଟି ତୁଣ୍ଡ, ମାଡ଼ ଫିଟ ହେଉଥିଲେ ଏହାକୁ ନେଇ ଗ୍ରାମବାସୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗିରି ଙ୍କୁ ଯୋଗାଯୋଗ କରିବାରୁ ଶିକ୍ଷକ ଜମ୍ବେଶ୍ୱର ଭୋଇ ଙ୍କୁ ପଠାଇଥିଲେ । ମଧ୍ୟାହ୍ନ ସମୟରେ ଶିକ୍ଷକ ଜମ୍ବେଶ୍ୱର ଭୋଇ ଆସିବାରୁ ତାହାଙ୍କୁ ପଚାରିବାରୁ ଦୁଇ ଜଣ ଶିକ୍ଷକ ତ୍ରିପତି ପଟ୍ଟନାୟକ ବିଦ୍ୟାଳୟରେ ଆସିବା କଥା । ମୁଁ ଟ୍ରେନିଂ ପାଇଁ ଯାଇଥିଲି ବୋଲି କହିଥିଲେ । ଏ ବିଷୟରେ ରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ମୋହନ ରାଓ କଣ୍ଡାଗରି ଙ୍କୁ ପଚାରିବାରୁ ତ୍ରିପତି ଙ୍କୁ ପାଠ ପଢାଇବା ପାଇଁ କୁହାଯାଇଥିଲା । ସେ କୌଣସି କାରଣରୁ ବିଦ୍ୟାଳୟ କୁ ଆସିନାହାନ୍ତି । ଟ୍ରେନିଂ ରୁ ଜମ୍ବେଶ୍ୱର ଭୋଇଙ୍କୁ ପଠା ଯାଇଛି ବୋଲି କହିଛନ୍ତି ।

Popular Articles