କୋଟପାଡ଼ ଠାରେ ଠାକୁର ଶ୍ରୀ ଅନୁଗୁଳ ଚନ୍ଦ୍ରଙ୍କର ବାର୍ଷିକୋତ୍ସବ

ରିପୋର୍ଟ: ରବି ଶଙ୍କର ମହାପାତ୍ର //
କୋରାପୁଟ(୦୨/୦୩): କୋରାପୁଟ ଜିଲ୍ଲା କୋଟପାଡ଼ ଦଶହରା ପଡିଆ ଠାରେ ରବିବାର ଠାକୁର ଶ୍ରୀ ଅନୁଗୁଳ ଚନ୍ଦ୍ରଙ୍କର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଥର ପାଇଁ କୋଟପାଡ଼ ଠାରେ ଆୟୋଜିତ ଏହି ଉତ୍ସବରେ ସମଗ୍ର କୋରାପୁଟ ଜିଲ୍ଲାର ପ୍ରାୟ ୪ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

ସୁଦୂର ଭୁବନେଶ୍ବରରୁ ଆସିଥିବା ଯାଜକ ଶ୍ରୀ ଶେଷଦେବ ସାମନ୍ତରାୟ ଶ୍ରୀ ଅନୁଗୁଳ ଚନ୍ଦ୍ରଙ୍କର ଆଦର୍ଶ ଜୀବନ ଦର୍ଶନ ଓ ଉଚ୍ଚକୋଟୀର ମାନବୀୟ ମୂଲ୍ୟବୋଧ ତଥା ମାନବ ଜୀବନର ସର୍ବାଂଗୀନ ଉନ୍ନତି ନିମନ୍ତେ ଠାକୁରଙ୍କ ବାଣୀର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ ।ଜୟପୁର ବ୍ଲକ କୁସୁମୀରୁ ଆସିଥିବା ରୁତ୍ବିକ ଶ୍ରୀ ଶିଶିର ପରିଜା ଶ୍ରୀ ଅଶୋକ କୁମାର ସାହୁ ଠାକୁରଙ୍କ ଦର୍ଶନ ଓ ବାଣୀ ସଂପର୍କରେ ଆଲୋଚନା ଓ ପରାମର୍ଶ ପ୍ରଦାନ କରିଥିଲେ । ସତ୍ ସଙ୍ଗ, ସର୍ବାଲୋଚନା, ମାତୃ ସମ୍ମିଳନୀ ଏବଂ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା ।

ଶ୍ରୀ ପ୍ରତାପ କୁମାର ମନ୍ତ୍ରୀ, ଅରୁଣ କୁମାର ଦାଶ, ବିଜୟ କୁମାର ମହାନ୍ତି, ଓଡିଶା ସାମ୍ବାଦିକ ସଂଘ, କୋରାପୁଟର ଉପ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ, ଭୀରତୀୟ ଜନତା ପାର୍ଟି ନେତା ଶ୍ରୀ ଗଣେଶ ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ଗୁରୁଭାଇ ଉପସ୍ଥିତ ଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ଶତାଧିକ ଗୁରୁଭାଇ ଓ ଗୁରୁମାଁ ନଗର କୀର୍ତ୍ତନ କରିଥିଲେ । ଠାକୁରଙ୍କ ଫଟୋ, ବହି, ଔଷଧ ଇତ୍ୟାଦିର ମେଳା ଅନୁଷ୍ଠିତ ହୋଇଥିଲା ।

Comments are closed.