ଶ୍ରୀଶ୍ରୀ ଷୋହଲ ପ୍ରହରୀ ନାମଯଜ୍ଞ ଉପଲକ୍ଷେ ୨୦୧ କଳସ ଯାତ୍ରା : ୧୧ ଟି ଦଳ ଯୋଗଦାନ

0
119
ଶ୍ରୀଶ୍ରୀ

ରିପୋର୍ଟ : ଭଗବାନ ମହାନ୍ତି
ବଲାଙ୍ଗୀର, (୭/୦୩) : ମୁରିବାହାଲ ବ୍ଲକ ସଦର ମହକୁମାଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ଓ ଶିବମନ୍ଦିର ପରିଚାଳନା କମିଟି ତଥା ଗ୍ରାମବାସୀ ଙ୍କ ଉଦ୍ୟମରେ ଶ୍ରୀଶ୍ରୀ ଷୋହଳ ପ୍ରହରୀ ନାମଯଜ୍ଞ ଉପଲକ୍ଷେ ୨୦୧ ଗୋଟି କଳସ ଯାତ୍ରା ନାମ ଆରମ୍ଭ ହୋଇଯାଇଛି ।

ମହିଳାମାନେ ଖଜୁରବନ୍ଧ କୁ ଯାଇ ଜଳ ଆଣି କଳସ ସ୍ଥାପନ କରିଥିଲେ । ଶ୍ରୀଶ୍ରୀ ଷୋହଲ ପ୍ରହରୀ ନାମଯଜ୍ଞ ଆରମ୍ଭ ରେ ମୁରିବାହାଲ ରାଧାକୃଷ୍ଣ ମହିଳା କୀର୍ତ୍ତନ ଦଳ ନାମ ଆରମ୍ଭ କରିଥିଲେ । ୧୧ ଟି କୀର୍ତ୍ତନ ଦଳ ଯୋଗ ଦେଇଛନ୍ତି । କର୍ତ୍ତା ଭାବରେ ଭବାନୀ ଶଙ୍କର ଶର୍ମା ଧର୍ମପତ୍ନୀ ପୂଜା ଶର୍ମା ଥିବାବେଳେ ମୁଖ୍ୟ ପୂଜକ କାଶୀନାଥ ଦାସ, ପୂଜକ ଜୟପ୍ରକାଶ ଦାସ, ସୁଭାଷ ଚନ୍ଦ୍ର ଶତପଥୀ ପୂଜା ତୁଲାଉଛନ୍ତି । ସଭାପତି- ରାଜୀବ କୁମାର ମହାନ୍ତି, ଉପସଭାପତି- ଭିଷ୍ମରାଜ ମେହେର, ଚିନ୍ମୟ ଖରସେଲ, ସାଧାରଣ ସମ୍ପାଦକ -ସୁଧୀର କୁମାର ପାଣି, ପ୍ରବୀର କୁମାର କମ୍ପ, ସୁଧାଂଶୁ ପୋଢ଼ ୟାଦବ, କୋଷାଧକ୍ଷ କୃତିବାସ ଦାସ ଥିବାବେଳେ କମିଟି ସଦସ୍ୟ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମିତି ସଭ୍ୟ ସନ୍ୟାସୀ ପୁଟେଲ, ମୁରିବାହାଲ ବ୍ଲକ ସଭାପତି ପ୍ରଫୁଲ୍ଲ ବଘାର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବେଲାରସେନ ବେହେରା ପ୍ରମୁଖ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ । ହଜାର ହଜାର ସଂଖ୍ୟାରେ ଗହଳି ସହିତ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି ।