ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଗୋଟିଏ ପରିବାରର ୩ ଜଣଙ୍କୁ ହାଣିଲେ

0
102
ପୂର୍ବଶତ୍ରୁତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
କଟକ, (୦୯/୦୩) : ହୋଲି ରଙ୍ଗରେ ଲାଗିଲା ରକ୍ତର ଗଙ୍ଗ । ଗଡିଲା ମୁଣ୍ଡ । ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ ।

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାରଖାର ହୋଇଗଲା ଗୋଟିଏ ପରିବାର । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ଗାଁ’ରେ ଘଟିଛି ଏ ଘଟଣା । ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ କରିଛି । ମୃତକ ହେଲେ ସୁରେନ୍ଦ୍ରପାଟଣା ଗାଁ’ର ଚିନ୍ତାମଣି ବେହେରା । ଚିନ୍ତାମଣିଙ୍କ ପରିବାର କହିଲେ ପତ୍ନୀ ଓ ତାଙ୍କ ଝିଅ । ଆଜି ଭୋରରୁ ଚିନ୍ତାମଣିଙ୍କ ଘରେ କିଛି ଦୁର୍ବୃତ୍ତ ପଶି ସମସ୍ତ ପରିବାର ସଦସ୍ୟଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଚିନ୍ତାମଣିଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା କରିବାକୁ ଯାଇ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବ ଶତ୍ରୁତାରୁ କିଛି ଲୋକ ଏପରି କାଣ୍ଡ ଭିଆଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏହି ଘଟଣାରେ ପୋଲିସ୍‌ ୨ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।