Thursday, March 28, 2024

Top 5 This Week

Related Posts

କୋଟସମଲାଇ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୦୭/୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଥଛକ ଠାରେ ହୋଲି ଅବସରରେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

 ଆସନ୍ତାକାଲି ଠାରୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେବ । ଏଥିରେ ପୂଜକ ଭାବରେ ଲକ୍ଷ୍ମଣ ନାୟକ ଓ ସୁରେଶ ନାୟକ କାର୍ଯ୍ୟ ତୁଳାଇବେ ଓ କର୍ତ୍ତା ଭାବରେ ଗାଁ’ର ଗଡତିଆ ଚମରା ଅମାତ୍ ଓ ସୌରେନ୍ଦ୍ରି ଅମାତ୍ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଥିରେ କଳସ ଶୋଭାଯାତ୍ରା, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଯଜ୍ଞ, ବୈଠକୀ ଆଦି କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଭେଟ ହୋଇ ହୋଲି ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି କୋଟସମଲାଇ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ । ପୋଖରୀରେ କଳସ ବୁଡାଇ ଶତାଧିକ ମହିଳା ବୋହିଥିଲେ । ନାମଯଜ୍ଞ ଯାତ୍ରା କମିଟି ର ପର୍ଶୁରାମ ବାରିକ, ନିତ୍ୟାନନ୍ଦ ପଧାନ, ଜୀବର୍ଦ୍ଧନ ଅମାତ୍, ପଦ୍ମଲୋଚନ ନାୟକ, କିଶୋର ଅମାତ୍, ରମେଶ ସାହୁ ଆଦି ଉପସ୍ଥିତ ଥିଲେ । ଆସନ୍ତା ୯ରେ ଯାତ୍ରା ସରିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

Popular Articles