Saturday, August 15, 2020
Home 5 T programme ଚାଲଛପର ମାଟି କୁଡ଼ିଆରେ ପାଞ୍ଚ ପ୍ରାଣୀଙ୍କ ଦୁଃଖ କାହାଣୀ

ଚାଲଛପର ମାଟି କୁଡ଼ିଆରେ ପାଞ୍ଚ ପ୍ରାଣୀଙ୍କ ଦୁଃଖ କାହାଣୀ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା(୦୨/୦୩): ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ ୭ନମ୍ବର ୱାର୍ଡ କଦଳୀପଦର ଗାଁର ମଜାସାହିର ରାମସନ୍ତା (୪୫) ଦିର୍ଘ ବର୍ଷ ହେବ ସ୍ତ୍ରୀ ହଂସ ମାତି, ଝିଅ ଓ ବାପା କାମୁଳୁ, ମା ମଙ୍ଗିଳିଙ୍କ ସହିତ ଏକ ଛୋଟ ମାଟି କୁଡିଆରେ ବିପଦଶଙ୍କୁଳ ଅବସ୍ଥାରେ ରହିଆସୁଛନ୍ତି |

ସରକାରୀ ସାହାଯ୍ୟ କହିଲେ କେବଳ ମଙ୍ଗୁଳିଙ୍କୁ ଭତ୍ତା ମିଳୁଛି | ହେଲେ ରାମସନ୍ତା ଆଜିପଯ୍ୟନ୍ତ ରାସନକାର୍ଡ ପାଇଁ ନାହାଁନ୍ତି | ତେଲଲୁଣର ପାଞ୍ଚ ପ୍ରାଣୀଙ୍କୁ ନେଇ ସଂସାର ଚଲାଇବାକୁ ଦିନତମାମର ମଜୁରୀ ଅଣ୍ଟୁନି ବୋଲି ପ୍ରକାଶ କରିଛନ୍ତି ରାମ | ବିଭିନ୍ନ ସମୟରେ ରାସନକାର୍ଡ ଓ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଅଫିସରେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଜଣାପଡିଛି | ପୁଣି ବିଦ୍ୟୁତ ସେବାରୁ ବଞ୍ଚିତ ଏହି ପରିବାର, ସୂର୍ଯ୍ୟଅସ୍ତ ହେଲେ ଦୀପରେ କାମ ଚଳାନ୍ତି | ସେପଟେ ମାଟି ଘରହେତୁ ରାତିରେ ସରୀସୃପଙ୍କ ଭୟ | ଚାଳରୁ ସମ୍ପୂର୍ଣ୍ଣ ପାଣି ଗଳୁଥିବା ବେଳେ ବର୍ଷାଦିନେ କଷ୍ଟଟି ଦ୍ବୁଗୁଣିତ ହୋଇଯାଏ | ଏଭଳି ପରିସ୍ଥିତିରେ ପରିବାରକୁ ଧରି ପରଘରେ ଆଶ୍ରୟ ନେଇଥିବାବେଳେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇଁ ଚାହିଁରହିଛନ୍ତି | ରାମସନ୍ତା ପରି ଗରୀବ ବାସହୀନ ପରିବାରଙ୍କୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଲୁପାରୁ ନାହିଁ କି ସରକାରୀ ରାଶନକାର୍ଡ ମଧ୍ୟ ମିଳୁନି | ତେବେ ପ୍ରକୃତରେ ସରକାରୀ ଯୋଜନା କାହା ପାଇଁ, ତାହା ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଅନ୍ୟପକ୍ଷେରେ ଅନେକ ଥିଲାବାଲା ଲୋକ ଆବାସ ଯୋଜନାରେ ଘର ହାତେଇ ଥିବାବେଳେ ପ୍ରକୃତରେ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି | ଯାହାରି ଫଳରେ ଗରୀବ ଅସହାୟ ନିଷ୍ପେସିତ ପରିବାର ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି | ଏହି ଘଟଣାକୁ ନେଇ ବିଭାଗୀୟ ଅଧିକାରୀ ଓ ସରପଞ୍ଚଙ୍କୁ ବୁଝିବାରୁ ସେମାନେ କହିଥିଲେ ଯେ, ଏସିସି ଲିଷ୍ଟରେ ନାମ ଯଦି ଚଢ଼ିବ ତେବେ ସେ ଆବାସ ଯୋଜନାରେ ଘର ପାଇବେ | ଯଦି ତୃଣମୂଳ ସ୍ତରରେ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଗୋଟିଏ ଅବହେଳିତ ନିଷ୍ପେସିତ ଗରିବ ପରିବାର ପ୍ରତି ନ୍ୟାୟ ମିଳିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: