Friday, August 14, 2020
Home 5 T programme କଟକ ମେଡିକାଲରେ ତଳେ ଶୋଇ ଯନ୍ତ୍ରଣାରେ ଛଟପଟ ହେଉଛି କାଶିପୁ୍ର ଆଦିବାସୀ ଝିଅ ଲେଳେନ୍ଦ୍ରୀ ମାଝି

କଟକ ମେଡିକାଲରେ ତଳେ ଶୋଇ ଯନ୍ତ୍ରଣାରେ ଛଟପଟ ହେଉଛି କାଶିପୁ୍ର ଆଦିବାସୀ ଝିଅ ଲେଳେନ୍ଦ୍ରୀ ମାଝି

ରିପୋର୍ଟ: ଗୋପୀନାଥ ଗୌଡ଼ //
କାଶୀପୁର (୨୯/୦୨): କାଶିପୁର ବ୍ଲକ ତଳ ପାଡିଖାଲ ଗ୍ରାମର ରୋଗିଣା ଝିଅ ଲେଲେନ୍ଦ୍ରୀ ମାଝି କଟକ ବଡ ମେଡିକାଲରେ ଭର୍ତି କରାଯାଇଛି | କୋରାପୁଟ ଶହିଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ହସପିଟାଲ ରୁ ରେଫର କରାଯାଇଛି | ବିପିଏଲ ପରିବାର ହୋଇଥିବାରୁ ବ୍ୟୟବହୁଳ ଚିକିତ୍ସା କରାଇବା ପାଇଁ ଅସମର୍ଥ ରହିଛି ରୋଗିଣାର ବାପା ନାଇକ ମାଝି | ପେଟରେ ପାଣି ଜମି ଅସ୍ବାଭାବିକ ଭାବେ ପେଟ ଫୁଲି ଯାଇଛି |

ଯନ୍ତ୍ରଣାରେ ଛଟପଟ ହେଉଥିବା ଝିଅର ଅବସ୍ଥାକୁ ଦେଖିପାରୁ ନାହିଁ କି ଅର୍ଥ ଅଭାବରୁ ଜରୁରୀ ଚିକିତ୍ସା କରାଇ ପାରୁନାହିଁ | ମୁଖ୍ୟମନ୍ତୃୀଙ୍କ ରିଲିଫ ପାଣ୍ଠିରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ମେଡିକାଲ କତୃପକ୍ଷ ରାୟଗଡ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି | କୋରାପୁଟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଗଲା ସତ ତାକୁ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଉ ନ ଥିବା ଲେଲେନ୍ଦ୍ରିର ପରିବାର କହିଛନ୍ତି | ସେଠାରେ ବେଡର ବ୍ୟବସ୍ଥା କରାଯାଇ ନ ଥିବାରୁ ତଳେ ଶୋଉଛି | ତୁରନ୍ତ ମେଡିକାଲ କତୃପକ୍ଷଙ୍କୁ କହି ଗରୀବ ଆଦିବାସୀ ଝିଅଟିକୁ ବେଡର ବ୍ୟବସ୍ଥା କରାଇବା ସହ ଉପଯୁକ୍ତ ଜରୁରୀ ଚିକିତ୍ସା ବ୍ୟବସ୍ଥା କରାଇବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ | ରାଜ୍ୟ ସରକାର ଗରୀବଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ହେଲେ ଗରୀବ ଏଥିରୁ କିଭଳି ସୁବିଧା ପାଇପାରିବେ ଉଦ୍ୟମ କରିବା ଆବଶ୍ୟକତା ରହିଛି । ସୂଚନା ଥାଉକି ଗତ ମଙ୍ଗଳବାର ଲେଲେନ୍ଦ୍ରୀ ମାଝି ରାୟଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଏଠାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କୋରାପୁଟ ସ୍ଥାନାନ୍ତର କରାଗଲା । କିନ୍ତୁ ଲେଲେନ୍ଦ୍ରୀ ମାଝୀଙ୍କ ବାପା ନାଇକ ମାଝିଙ୍କ କହିବା ଅନୁଯାୟୀ କୋରାପୁଟ ମେଡିକାଲରେ ଇଂଜେକସନ ନ ଥିବାରୁ ବାହାରୁ ୫ହାଜାର ଦେଇ ଗୋଟିଏ ଇଂଜେକସନ କିଣି ଝିଅକୁ ଦିଆଯାଇଥିବା କହିଛନ୍ତି । ଅନ୍ୟପକ୍ଷେ କେହି ଜଣେ ରାୟଗଡ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ମାଗଣା ଚିକିତ୍ସା ହେବ କହିବାରୁ ଝିଅକୁ କୋରାପୁଟ ମେଡିକାଲରେ ଏକୁଟିଆ ଛାଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।

ଏନେଇ କାଶୀପୁର ସମାଜ ପ୍ରତିନିଧି ରାଜେଶ ପାତ୍ର ଆମ ସାମ୍ବାଦିକଙ୍କୁ ଅବଗତ କରାଇବାପରେ ଡ଼ ବି ଏଲ ଏନ ପୃଷ୍ଟିଙ୍କ ସହିତ ସାକ୍ଷାତ କରାଇଥିଲେ ଆମ ପ୍ରତିନିଧି । ଡ଼ ପୃଷ୍ଟି କୋରାପୁଟ ମେଡିକାଲ ସହିତ ଯୋଗାଯୋଗ କରି ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇଦିଆ ଯିବା ବ୍ୟବସ୍ଥା କରିଥିଲେ । ରୋଗୀଙ୍କ ବାପାଙ୍କୁ ୧ହଜାର ଟଙ୍କା ଦେଇ କୋରାପୁଟ ପଠେଇଥିଲେ । ଅନ୍ୟ ପକ୍ଷେ କୋରାପୁଟ କଳିଙ୍ଗ ଟିଭି ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ସାମ୍ବାଦିକ କୀର୍ତି ସାହୁଙ୍କୁ ଅବଗତ କରାଇଥିଲେ | ୨୪ ଘଣ୍ଟା ମଧ୍ୟରେ ସହଯୋଗ ଓ ପ୍ରଶାସନକୁ କହି ସହାୟତାର ବ୍ୟବସ୍ଥା କରିଥିଲେ । ସେଠାରୁ କଟକ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ । କିନ୍ତୁ ସେଠାରେ ବର୍ତମାନ ଏଭଳି ଅବସ୍ଥାରେ ପଡି ରହିଥିବା ଜଣା ପଡ଼ିଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଲୋକସଭା ଓ ରାଜ୍ୟସଭା ସାଂସଦ, ଜିଲ୍ଲାର ବିଧାୟକ, ମନ୍ତ୍ରୀ, ନିଗମ ଅଧ୍ୟକ୍ଷ, ଜିଲ୍ଲା ପ୍ରଶାସନ ଏଦିଗରେ ଆଗେଇ ଆସିଲେ ଜଣେ ଗରିବ ଝିଅର ଜୀବନ ରକ୍ଷା ପାଇଯିବ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: