ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

0
133
ବାଇକ୍ ଡିକି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୬/୩) : ରାୟଗଡା ଜିଲ୍ଲା ଗୁଡ଼ାରୀ ସହର ର ନିଘାମନ ସାହି ଛକ ନିକଟ ରେ ବାଇକ୍ ଡିକି ଭାଙ୍ଗି ୭୦,୦୦୦ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତWhatsApp Image 2023 03 06 at 20.50.58 ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଗୁଡ଼ାରୀ ବ୍ଲକ ର ଖାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଖେତାଗୁଡ଼ା ଗ୍ରାମ ର ଦେବେନ୍ଦ୍ର ଶବର ନିଜବାଇକ୍ ନମ୍ବର OD ୧୮ ୧୮୭୭ ବାଇକ୍ ଡିକି ରେ ବ୍ୟାଙ୍କ ରୁ ଉଠାଇ ଥିବା ୭୦,୦୦୦ ଟଙ୍କା ରଖି ନିକଟସ୍ଥ ଦୋକାନ କୁ ଯାଇ ଆସି ଦେଖିଲା ବେଳେ ଡିକିଖୋଲା ଅଛି ଏବଂ ଡିକିରେ ଥିବା ଟଙ୍କା ନାହିଁ । ଖୋଜାଖୋଜି କରିବା ପରେ ଦେବେନ୍ଦ୍ର ବାବୁ ପୋଲିସ୍ ଥାନାରେ ରିପୋର୍ଟ ଦେଲେ । ରିପୋର୍ଟ ପାଇବା ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଦୀନବନ୍ଧୁ ଶବର ଓ ଇନ୍ସପେକଟର ଗୟା ସୁଧିନ ଖାନ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ।