ବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ନାମରେ ଆର୍ଥିକ ହେରଫେର ଅଭିଯୋଗ

0
89
ଅଭିଯୋଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୦୬/୦୩) : ଆର ଉଦୟଗିରି ବ୍ଲକ ରାମଗିରି ସ୍ଥିତ ମହିନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍ ର ଚଢାଉ ହୋଇଛି ।

ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ ଆର୍ଥିକ ହେରଫେର ସହ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତିରେ ମହାଘୋଟାଲା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ତେଣୁ ଆଜି ଭିଜିଲାନ୍ସ ଟିମ୍ ର ଇନ୍ସପେକ୍ଟର ବୈଦେହି ବେହେରା ସହ ଅନ୍ୟମାନେ ପହଞ୍ଚି ତଦନ୍ତ କରିବା ସହ କୁଢ କୁଢ଼ ଆବଶ୍ୟକୀୟ କାଗଜପତ୍ର ଜବତ କରି ନେଇଛନ୍ତି । ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।