Thursday, March 28, 2024

Top 5 This Week

Related Posts

କାଶୀନଗର ବ୍ଲକ ପରିସର ରେ ବିଜୁ ଜନ୍ମ ଜୟନ୍ତୀ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୩) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ପରିସର ରେ କଳିଙ୍ଗ ବୀର ବିଜୁ ବାବୁ ଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।

ବ୍ଲକ ର ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଏସ କଲ୍ୟାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ଆଶିଷ ପ୍ରଧାନ ଓ ଅତିରିକ୍ତ ତହସିଲଦାର ଶ୍ରୀ କୁମୁଦ ରଞ୍ଜନ ଦଳ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁ ବାବୁ ଙ୍କ ତ୍ୟାଗ ଓ ବୀରତ୍ୱ ର ଗାଥା ସ୍ମୃତି ଚରଣ କରିଥିଲେ । ସାମ୍ବାଦିକ ହୃଷିକେଶ ଗୌଡ଼ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହା ସହ ପଞ୍ଚାୟତିରାଜ ଦିବସ ମଧ୍ୟ ପାଳନ ହୋଇଥିଲା ।

Popular Articles