ଦକ୍ଷିଣ ମୁଖ୍ୟ କେନାଲ ର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ଦାବି କଲେ ଚାଷୀ

0
93
ଦକ୍ଷିଣ ମୁଖ୍ୟ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୬/୦୩) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ରହିଛି ବହୁମୁଖୀ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ । ଏହାର ମଙ୍ଗଳପୁର ବ୍ୟାରେଜ ଦ୍ଵାରା ବାମ, ଦକ୍ଷିଣ ମୁଖ୍ୟ କେନାଲ ସହ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ଅନେକ ବ୍ଲକ ର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେଉଛି ।WhatsApp Image 2023 03 05 at 19.32.54 1 ଦକ୍ଷିଣ ମୁଖ୍ୟ କେନାଲ ର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ଦାବି କଲେ ଚାଷୀ

ତେବେ ବହୁ ଦିନ ଧରି ଶୋଚନୀୟ ହୋଇ ପଡ଼ିଥିବା ଦକ୍ଷିଣ ମୁଖ୍ୟ କେନାଲ ର ପ୍ରଥମ ପର୍ଯ୍ୟାୟରେ ୦-୪୧ କିମି ପର୍ଯ୍ୟନ୍ତ ପୁନଃଉଦ୍ଧାର ଓ ପୁନଃପ୍ରତିଷ୍ଠା ପାଇଁ ଗତ ବର୍ଷ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସରକାର ମୁଖ୍ୟ ଡାହାଣ କେନାଲ ର ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିଆସୁଥିବା ବେଳେ ଉକ୍ତ କେନାଲ ମରାମତି କାର୍ଯ୍ୟରେ ଠିକାଦାର ମନଇଛା ରେ ନିମ୍ନ ମାନର କାର୍ଯ୍ୟ କରିଆସୁଛନ୍ତି । କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ ଶାସନ ପାଇଁ କେନାଲ ନିର୍ମାଣ କାର୍ଯ୍ୟ ର ବିଭିନ୍ନ ସ୍ଥାନ ରେ ଭାଙ୍ଗି ଯାଇ ଫାଟ ସୃଷ୍ଟି ହେଉଛି । ମ୍ୟୁଖି ଡାହାଣ କେନାଲ ମୁଖିଗୁଡ଼ା ଠାରୁ ଦେପୁର ଗେଟ୍ ପର୍ଯ୍ୟନ୍ତ ମରାମତି କର୍ଯ୍ୟ ଟେଣ୍ଡର ହୋଇ ଗତ ବର୍ଷ ଠାରୁ କାମ ଆରମ୍ଭ ହୋଇଛି ।

ଯାହା ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଚାଷୀ ମାନେ ତିନି ବର୍ଷ ରବି ଚାଷ ନକରି କ୍ଷତି ସହି ମଧ୍ୟ କେନାଲ ର ମରାମତି ହେଲେ ତାଙ୍କର ଯେଉଁ ଭବିଷ୍ୟତ ଆଶା ଥିଲା ତାହା ମଉଳି ଯାଉଛି । ହେଲେ ବିଭିନ୍ନ ସ୍ଥାନ ରେ ଭାଙ୍ଗି ଯାଉଥିବା ତା ନୂତନ ଭାବରେ କରାଯାଉ ଏବଂ ବର୍ତ୍ତମାନ ଚାଲିଥିବା କାର୍ଯ୍ୟ ବିଭାଗ ପକ୍ଷରୁ ଯେଉଁ ଏଷ୍ଟିମେଣ୍ଟ ଦେଇଛି ସେହି ହିସାବ ଅନୁଯାୟୀ କାମ କରାଯାଉ ବୋଲି ଚାଷୀ ମତ ରଖିଛନ୍ତି ।WhatsApp Image 2023 03 05 at 19.32.54 ଦକ୍ଷିଣ ମୁଖ୍ୟ କେନାଲ ର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ଦାବି କଲେ ଚାଷୀ

ଡିଡି ବିଲ୍ଡର ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଏବଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି । ତେବେ ଅଞ୍ଚଳର ଚାଷୀ ମାନେ କେନାଲ ନିମ୍ନ ମାନର ନିର୍ମାଣ ହେଉଛି ବୋଲି ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ରେ ପହଁଚି ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ବିଭାଗୀୟ ପକ୍ଷରୁ ଏହାକୁ ନିରକ୍ଷଣ କରି ତୁରନ୍ତ ଏ ଦିଗରେ ସମାଧାନ ନ କଲେ ଆଗାମୀ ୧୫ ଦିନ ଭିତରେ ଅଫିସ୍ ଘେରାଉ କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।