ଧାନ ଓଜନ କରିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ

0
108
ଧାନ ଓଜନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୪/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ବଡନାୟକ ଗୁଡା ଗାଁ’ର ଯୁବକ ଚିନୁ ନାଣକା (୧୮) ଧାନ ଓଜନ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।WhatsApp Image 2023 03 03 at 18.07.24 ଧାନ ଓଜନ କରିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ

ବାପା ଦାନୁ ନାଣକା କହିବା ଅନୁଯାୟୀ ଆଜି ସକାଳୁ ବିଦ୍ୟୁତ ନଥିବା ବେଳେ ପରିବାର ଲୋକେ ମିଶି ଘର ଭିତରେ ଧାନ ଓଜନ କରି ଥିବା ବେଳେ ଅଚାନକ ଅପରାହ୍ନ ସମୟରେ ବିଦ୍ୟୁତ ଚାଲିଆସିଥିଲା । ବିଦ୍ୟୁତ ଆସିଥିବା କେହି ହେଲେ ଜାଣିପାରିନଥିଲେ । ଧାନ ଓଜନ କରୁଥିବା ବେଳେ ଯୁବକ ଚିନୁ ନାଣକାଙ୍କ ମୁଣ୍ଡ ବିଦ୍ୟୁତ ତାର ବାଜିବାରୁ ଯୁବକଟି ଫିଙ୍ଗି ହୋଇଯାଇଥିଲା । ଯାହା ଫଳରେ ଯୁବକଟି ଘରର କାନ୍ତ ରେ ପିଟି ହୋଇଯାଇଥିଲା । ଏହାକୁ ନେଇ ପରିବାର ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ସାହାଯ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ନିର୍ମଲ୍ୟ ଗିରି ଦେଖି ମୃତ୍ୟୁ ଘୋଷଣା କରିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ପୁଲିସ ଏ ଏସଆଇ ଅଶୋକ କୁମାର ନାୟକ ପହଞ୍ଚି ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର କୁ ହସ୍ତାନ୍ତର କରିଥିଲେ ।