ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

0
248
ଶ୍ରୀ ଶ୍ରୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩/୩) : ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହା ସମାରୋହରେ ରାୟଗଡ଼ା ଠାରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2023 03 04 at 06.39.04 1 ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ରାୟଗଡ଼ା କସ୍ତୁରୀ ନଗର ସ୍ଥିତ ଦଶମ ଗଳି ଶ୍ରୀ ଦଧିବାମନ ନଗର ଠାରେ ଏହି ନୂତନ ମନ୍ଦିର ପ୍ରତିଷ୍ଠା ଶେଷ ହୋଇଛି । ଗତ ୨୮.୨.୨୦୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୩.୩.୨୦୨୩ ରେ ଶେଷ ହୋଇଛି । ପବିତ୍ର ପାବନ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଶର୍ମା ଏବଂ ସହଯୋଗୀ ପୂଜା ପଣ୍ଡିତ ବୃନ୍ଦ ଏଥି ନିମନ୍ତେ ଚାରିଦିନ ବ୍ୟାପି ହୋମ, ଯଜ୍ଞ, ପୂଜା ଓ ଅର୍ଚ୍ଚନା ମାଧ୍ୟମରେ ନୂତନ ମନ୍ଦିର ପ୍ରତିଷ୍ଠା କରି ପୁରାତନ ଅସ୍ଥାୟୀ ମନ୍ଦିରରୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମନ୍ଦିର ପରିସରରେ ଶ୍ରୀ ଗଣେଶ, ପତିତପାବନ, ହନୁମାନ ଙ୍କ ସହ ପାର୍ଶ୍ଵଦେବତାଙ୍କୁ ବିଗ୍ରହ ମାନ ପ୍ରତିଷ୍ଠା କରାଯାଇଥିଲା ।

ଦୀର୍ଘ ବର୍ଷ ଧରି ଶ୍ରୀ ଶ୍ରୀ ଦଧିବାମନ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିଲେ । ଭକ୍ତ, ଶ୍ରଦ୍ଧାଳୁ ଓ ଅଗଣିତ ବଦାନ୍ୟ ବ୍ୟକ୍ତିଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ନୂତନ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଥିବାରୁ ଶ୍ରୀ ଦଧିବାମନ ମନ୍ଦିର ଟ୍ରଷ୍ଟ ତଥା ପରିଚାଳନା କମିଟି କୃତଜ୍ଞତା ଜ୍ଞାପନ କରିଛନ୍ତି । ଚାରିଦିନ ବ୍ୟାପି ମନ୍ଦିରରେ ଅସଂଖ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଦିନ ବେଳା ହୋମ ଓ ଯଜ୍ଞ ସାଙ୍ଗକୁ ସନ୍ଧ୍ୟାରେ ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଶର୍ମାଙ୍କ ମୁଖାରବିନ୍ଦରୁ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ବାନ୍ଧିରଖିଥିଲା । ପ୍ରତିଦିନ ଭକ୍ତବୃନ୍ଦ ହୋମ, ପୂଜା, ଅର୍ଚ୍ଚନାରେ ଅଂଶ ଗ୍ରହଣ କରିବା ସହ ପ୍ରସାଦ ସେବନ କରୁଥିଲେ । ଶେଷ ଦିନ ସର୍ବସାଧାରଣଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ରାୟଗଡ଼ା ଠାରେ ଶ୍ରୀ ଦଧିବାମନଙ୍କ ମନ୍ଦିର ଓ ଏଠାରେ ସକ୍ରିୟ ଥିବା ଭାଗବତ ଟୁଙ୍ଗିଲୋକଙ୍କ ମନରେ ଧର୍ମୀୟ ଭାବନା ସୃଷ୍ଟି କରିବା ସହ ଲୋକଙ୍କୁ ଭଗବତ ଦର୍ଶନ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁ ବୋଲି ପଣ୍ଡିତ ଶ୍ରୀ ରଥଶର୍ମା ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ଉପଦେଷ୍ଟା ଡ: ଆନନ୍ଦ କୁମାର ପାଢ଼ୀ କର୍ତ୍ତା ରୂପେ ଓ ସଭାପତି ଜଗଦୀଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ଅଶୋକ କୁମାର ପାଢ଼ୀ, ମଙ୍ଗୁଳୁଚରଣ ତ୍ରୀପାଠୀ, ଅମୂଲ୍ୟ ଆଚାର୍ଯ୍ୟ, ସୁବ୍ରତ ପତି, ତ୍ରିପତି ପଣ୍ଡା, ଦେବୀ ମିଶ୍ର, ଗଙ୍ଗାଧର ରଥ, ନୀଳାଚଳ ମିଶ୍ର, ଲୁଲୁ ପାଢ଼ୀ ସମେତ ସମସ୍ତ ମନ୍ଦିର ଟ୍ରଷ୍ଟ ସଭ୍ୟ ଓ ଜନସାଧାରଣଙ୍କ ଉଦ୍ୟମରେ ଏହା ପରିଚାଳିତ ହୋଇଥିଲା ।