Saturday, August 15, 2020
Home 5 T programme ମୋ ସରକାରରେ ଦୁର୍ନୀତି, ରାସ୍ତାକୁ ଓହ୍ଲାଇଲା ଖୋଦ୍ ଶାସକଦଳ

ମୋ ସରକାରରେ ଦୁର୍ନୀତି, ରାସ୍ତାକୁ ଓହ୍ଲାଇଲା ଖୋଦ୍ ଶାସକଦଳ

ରିପୋର୍ଟ: ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, କୋରାପୁଟ(୨୫/୦୨): ଆଜି ମଧ୍ୟାହ୍ନରେ ବିଜୁ ଜନତା ଦଳର କୋରାପୁଟ ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ରସେନ ମିଶ୍ରଙ୍କ ପ୍ରଚେଷ୍ଟାରେ ତଥା କେ. ସି. ସି. ସଭାପତି ଶ୍ରୀମତୀ ଇନ୍ଦିରା ନନ୍ଦ,ବି.ଜେ.ଡି.ରାଜ୍ୟ ସ୍ତରୀୟ ନେତା ରମାକାନ୍ତ ରାଉଳ, ବି. ଜେ. ଡି.ବ୍ଲକ୍ ସଭାପତି ଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏଲ୍. ନାରାୟଣ ରାଓ, ପୂର୍ବ ଉପାଧ୍ୟକ୍ଷା ଏମ୍. ମାଙ୍ଗାମ୍ମା, ପୂର୍ବ ଉପାଧ୍ୟକ୍ଷ ମନ୍ମଥ ମହାପାତ୍ର ପ୍ରମୁଖଙ୍କ ସହଯୋଗରେ ଏକ ବିଶାଳ ସମାବେଶ ସହ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବି.ସିଂହପୁର ସହ ଅନ୍ୟ ୩୦ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ବି.ସିଂହପୁର ପଞ୍ଚାୟତରେ ୪/୫ ଶହ ଲୋକ ସରକାରୀ ଆବାସ ଯୋଜନାରେ ତାଲିକା ଭୁକ୍ତ ହେବାପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବୋଡିଗାଁ ପଞ୍ଚାୟତର ପିଇଓ ତଥା ଜିଆରଏସ ଇତ୍ୟାଦିଙ୍କ ଦ୍ବାରା ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ କରାଗଲା । ସେଥିରେ ସନ୍ତୁଷ୍ଟ ନ ହୋଇ ଜୟପୁର ବ୍ଲକର କର୍ମଚାରୀ ମାନଙ୍କୁ ନିୟୋଜିତ କରାଗଲା । ସେମାନେ ଗଣ୍ଡଗୋଳ ଭୟରେ ଗାଆଁକୁ ନ ଯାଇ ବ୍ଲକ୍ କାର୍ଯାଳୟରେ ବସି ତାଲିକା ପ୍ରସ୍ତୁତ କରିଥିଲେ । ଫଳରେ ପ୍ରକୃତ ହିତାଧିକାରୀଙ୍କ ବଦଳରେ ଧନୀ ଲୋକ, ଏପରିକି ଗୋଟିଏ ପରିବାରର ଏକାଧିକ ଲୋକ ତଥା ଅବିବାହିତ ପୁରୁଷଙ୍କ ନାମ ତାଲିକାଭୁକ୍ତ ହୋଇଛି । ଘର ଅଭାବରୁ ଭଡାଘରେ ରହୁଥିବା ଲୋକଙ୍କ ନାମ ତାଲିକାରେ ନାହିଁ ।

ଏସଇସିସି ତାଲିକା ମାଗିଲେ ପିଇଓ ମାନେ ଧରା ପଡ଼ିବା ଭୟରେ ଦେଉନାହାନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ବି. ସିଂହପୁର ପଞ୍ଚାୟତରେ ପାନୀୟ ଜଳ,ବିଦ୍ୟାଳୟ ଶ୍ରେଣୀଗୃହ, ନୀଳାମ୍ବର ସରୋବରର ଉନ୍ନତିକରଣ ଇତ୍ୟାଦି ସମସ୍ୟା ପ୍ରତି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ଉପକ୍ରମ ଆରମ୍ଭ ବି ହେଉନାହିଁ । ଏପରି ଅନେକ ଅଭିଯୋଗ ସହ ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରିବାକୁ ଉପସ୍ଥିତ ସମସ୍ତ ନେତା ଚେତାବନୀ ଦେଇଛନ୍ତି । ବି. ଡି. ଓ ଶ୍ରୀ ପ୍ରଣୟ ରଞ୍ଜନ ବେହେରା ଦାବୀପତ୍ର ଗ୍ରହଣ କରିବା ସହ ୭ଦିନ ମଧ୍ୟରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: