Friday, March 29, 2024

Top 5 This Week

Related Posts

ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରୀଙ୍କ ଗଳା କାଟିଦେଲେ ଯୁବକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୦୩/୦୩) : ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରୀଙ୍କ ଗଳା କାଟିଦେଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

ରାୟଗଡ଼ା ଗୁମୁଡା ଦ୍ରୌପଦୀ ବିଦ୍ୟାପୀଠ ନିକଟରେ ଯୁକ୍ତ ୨ ଛାତ୍ରୀଙ୍କ ଗଳା କାଟିଲା ଛାତ୍ର । ଯୁକ୍ତ ଦୁଇ ପରୀକ୍ଷା ଦେଇ ଫେରିବା ବେଳେ ଛୁରିରେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ ତିରୁମାଲା ରାଓ । ଛାତ୍ରୀ ଜଣକ ଗୁରୁତର ହେବା ସହ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ଛାତ୍ରୀ ଜଣକ ବିଷମକଟକ ଅଞ୍ଚଳର ନିହାରିକା ମହାନ୍ତି ହୋଇଥିବା ଜଣାପଡ଼ିଛି । ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପ୍ରେମଜନିତ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଗୁଡାରୀ ପୋଲିସ ଘଟଣାର ତଦନ୍ତ କରୁଛି । ଏ ଖବର ପରେ ପରିବାର ଲୋକେ ଭାଙ୍ଗି ପଡିଥିବାବେଳେ ଗାଁ’ରେ ଭୟଭୀତ ପରିସ୍ଥିତି ଦେଖିବାକୁ ମିଳିଛି ।

Popular Articles