Friday, March 29, 2024

Top 5 This Week

Related Posts

୧୦୮ କେଜି ଗଞ୍ଜେଇ ଜବତ, ୬ ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୩/୦୩) : ଗଞ୍ଜେଇ ଚାଲାଣର ନୂଆ ତରିକା । ୧୦୮ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣକାରୀ ନୂଆ ନୂଆ ତରିକାରେ ଗଞ୍ଜେଇ ଚାଲାଣ କରୁଛନ୍ତି ।

କିଛି ଭାବିବା ପୂର୍ବରୁ ହିଁ ଦୁର୍ବୃତମାନେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ଏଭଳି କିଛି ଭିନ୍ନ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି । ବିବାହ କାର୍ଡରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ଅନୁଗୋଳ ଅବକାରୀ ବିଭାଗ ଧରିଲା ୧୦୮ କେଜି ଗଞ୍ଜେଇ । ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଅବକାରୀ ବିଭାଗର ଟିମର ଚଢ଼ାଉ ଫଳରେ ୧୦୮ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ । ଅନୁଗୋଳ ଜିଲ୍ଲା ମୁଣ୍ଡାସାହି ଛକ ଓ ବଇଣ୍ଡା ନିକଟରୁ ଗଞ୍ଜେଇକୁ ଜବତ କରିଛି ଅବକାରୀ ଟିମ । ଏଥିରେ ୬ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର ଓ ଗୋଟିଏ ବୋଲେରୋ ଜବତ ହୋଇଛି । ଏହା ସହ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଏହି ଗଞ୍ଜେଇ ଚାଲାଣ କେଉଁଠାରୁ କେଉଁଠାକୁ ହେଉଛି ଏ ସବୁର ତଦନ୍ତ କରିବ ଅବକାରୀ ବିଭାଗ ।

Popular Articles