ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ଆସନ୍ତା ୫ ତାରିଖରୁ ୯ତାରଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

0
211
ଜିଲ୍ଲାସ୍ତରୀୟ ଉଦ୍ୟୋଗୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨/୦୩) : ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ଆସନ୍ତା ୫ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ।

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯୋଗଦାନ କରିବେ । ଜିଲ୍ଲାର ଉଦ୍ୟୋଗୀ ମାନଙ୍କୁ ନେଇ ୪ଦିନ ଧରି ଦୈନିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଏବଂ ଉତ୍ପାଦନ ଓ ବିପଣନ, ଆର୍ଥିକ ଅନ୍ତର୍ଭୁକ୍ତ କରଣ ଉପରେ ସଚେତନ କରାଯିବ । ଏହି ମେଳାରେ ୧୦୦ଟି ପ୍ରଦର୍ଶନୀ ମଣ୍ଡପ ବ୍ୟବସ୍ଥା କରାଯିବ । ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ତରଫରୁ ଅନୁଷ୍ଠିତ ହେବାକୁ ଯାଉଥିବା ଉଦ୍ୟୋଗୀ ମେଳାର ପ୍ରଥମ ଦିନରେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ, ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ମେଳାକୁ ଉଦଘାଟନ କରିବେ । ଏଥିରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଗୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୭ ତାରିଖରେ ମହିଳା ଦିବସ ପାଳନ କରାଯିବ ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୂୟା ମାଝୀ ଯୋଗଦେବେ । ସେହି ପରି ଅନ୍ତିମ ଦିନରେ ମାନ୍ୟବର ଅଣୁ, କ୍ଷୁଦ୍ର, ମଧ୍ୟମ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଓ ତାଙ୍କ ସହିତ ଜିଲ୍ଲାର ବୃହତ୍ତ ଶିଳ୍ପାନୁଷ୍ଠାନ ମାନଙ୍କର ମୁଖ୍ୟାମାନେ ଓ କାର୍ଯ୍ୟକାରୀ ଉପସଭାପତି ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବାଇନ ଅଧ୍ୟକ୍ଷତା କରିବେ । ଜିଲ୍ଲାର ବିଭିନ୍ନ ଶିଳ୍ପ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ଦ୍ଵାରା ଉତ୍ପଦିତ ଦ୍ରବ୍ୟ ଗୁଡ଼ିକର ପ୍ରଦର୍ଶିତ ଓ ବିକ୍ରୟ କରାଯିବ ।

ଏହା ବ୍ୟତୀତ ଏହି ମେଳା ରେ ରାୟଗଡା ଜିଲ୍ଲା ର ଚାରିଗୋଟି ବୃହତ୍ତ ଶିଳ୍ପାନୁଷ୍ଠାନ ଯଥା ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଜେକେପୁର, ଇମ୍ଫା ଥେରୁବାଲି, ବେଦାନ୍ତ ଆଲୁମିନା ଲାଞ୍ଜିଗଡ ଯୋଗଦାନ କରିବେ । ଜିଲ୍ଲାର ଅଣୁ, କ୍ଷଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ଦ୍ରବ୍ୟ ବିଶେଷ କରି ମସଲା ଜାତୀୟ, ବାଡ଼ି, ପାମ୍ପଡ଼, ଝାଡୁ ପରି ଅନ୍ୟାନ୍ୟ ଉତ୍ପଦିତ ଦ୍ରଵ୍ୟ ଶୁଳଭ ମୂଲ୍ୟରେ ମିଳିବ । ରାୟଗଡ଼ା ଜିଲ୍ଲା ସମସ୍ତ ଭାଇ ଭଉଣୀ ମାନେ ମେଳାରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଉତ୍ପାଦିତ ଦ୍ରବ୍ୟ କ୍ରୟକରିବାକୁ ଅନୁରୋଧ ।