ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

0
103
ଜଳ ସଂରକ୍ଷଣ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୦୩/୦୩) : ସୁବର୍ଣ୍ଣପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଗଜବନ୍ଧ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନେହେରୁ ଯୁବକେନ୍ଦ୍ର ର ରାଷ୍ଟ୍ରୀୟ ଯୁବ ସ୍ୱେଚ୍ଛାସେବୀ ଆନନ୍ଦ ଖମାରୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ, ସେବା ଫାଉଣ୍ଡେସନ ଡୁଙ୍ଗୁରିପାଲି ର ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ, ସି ଆର ସି ସି ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜଳ ସଂରକ୍ଷଣ କରିବା ପାଇଁ ସଂକଳ୍ପ ନେବା ସହ ଅନ୍ୟମାନଙ୍କୁ ମଧ୍ୟ ଉପଦେଶ ଦେଇଥିଲେ । ଏହି ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୭୦ ଜଣ ପ୍ରତିଯୋଗି ଙ୍କ ମଧ୍ୟରୁ ସୁଶ୍ରୀ ନାଗ୍ ପ୍ରଥମ, ଶର୍ମିଷ୍ଠା ମହାକୁର ଦ୍ଵିତୀୟ ଓ ଆହ୍ୱାନ ପଧାନ ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ ହୋଇଥିଲେ । ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ପଦ୍ମାବତୀ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।