ବେଆଇନ ନିଶା କାରବାର ବୃଦ୍ଧି ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ

0
99
ବେଆଇନ ନିଶା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୧/୦୩) : ବଲାଙ୍ଗୀର ଜିଲ୍ଲା ରେ ବେଆଇନ ନିଶା କାରବାର ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ ପୋଲିସ ସକ୍ରିୟ ହୋଇଥିବା ବେଳେ ଇତି ମଧ୍ୟରେ ରେ ଏ କାରବାର ର ମୁଖ୍ୟ ଡନ ବୋଲାଉ ଥିବା ଜଣେ ବ୍ୟକ୍ତି ଙ୍କୁ ଏନ୍,ଏସ,ଏ ଧାରା ଅନୁଯାୟୀ ଗିରଫ କରାଯାଇଥିଲା ।

ବେଆଇନ ନିଶା କାରବାର ବୃଦ୍ଧି ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ । ଏହି ଚୋରା ବ୍ୟବସାୟୀ ଙ୍କ ମଧ୍ୟରେ ଏ କାରବାର ବୃଦ୍ଧି ନେଇ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ବିଭିନ୍ନ ଅଞ୍ଚଳ ରେ ଚଢାଉ ଜୋର୍, ଦାର କରଯାଇଛି । ସେହିପରି ଗତ ସୋମବାର ଦିନ ବଲାଙ୍ଗୀର ସହର ର ଏକ ତେଜରାତି (କିରାଣା) ଦୋକାନର ମାଲିକ ଧୁବା ନାଏକ ନାମକ ଜଣେ ଦୋକାନୀ ଙ୍କୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରାଯାଇଛି । ଉକ୍ତ ଦୋକାନୀ ଙ୍କ ନିକଟରୁ ସିଲ୍ ଥିବା ଏସ୍କଫ ନାମକ ଛଅ ଗୋଟି କୋଡ଼ିନ ଯୁକ୍ତ କଫ ସିରଫ ଜବତ କରିବା ସହ ଏକ ସିଲ୍ ନ ଥିବା ବୋତଲ ଓ ଏକ ପାଣି ବୋତଲ ରେ ଏଷ୍କଫ ସିରଫ୍ ଥିବା ବୋତଲ ଜବତ ସହ କିଛି ଷ୍ଟ୍ରିପ ନିଶା ବାଟିକା ମିଳିଥିଲା । ଏ ନେଇ ଟାଉନ ଥାନା କେସ ନଂ-୯୫ ତା.୨୭/୦୨/୨୦୨୩ ରିଖ ଦଫା-୨୭୪/୨୭୫ ଭାରତୀୟ ଦଣ୍ଡ ବିଧି ଆଇନ୍ ଅନୁଯାୟୀ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜିଲ୍ଲା ରେ ବଢୁଥିବା ମାତ୍ରାଧିକ ଅପରାଧିକ କାର୍ଯ୍ୟକଳାପ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।