ଶିବରାତ୍ରିରେ ଶିବମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

ରିପୋର୍ଟ: ନିରୋଜ କୁମାର ପାଣି //
ପାଇକମାଲ(୨୨/୨): ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ଘଣ୍ଟେଶ୍ୱରୀ ମୋତିଝରଣ ଝରଣା କୂଳରେ ଶୁଭ ପବିତ୍ର ଦିନ ଶିବରାତ୍ରି ଅବସରରେ ଏକ ନୂତନ ଭବ୍ୟ ଶିବମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା |

ଗ୍ରାମର ଶିକ୍ଷିତ ଯୁବ ଉଦ୍ଯୋୖକ୍ତା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଧିରେନ ମହାନ୍ତି, ବିଶିଷ୍ଟ କଳାକାର ବାଦକ ବିପିନ୍ ବାରିକ, ଯୁବ ଶିକ୍ଷକ ଉଗ୍ରେସନ ପ୍ରଧାନ ପ୍ରମୁଖଙ୍କ ଦ୍ଵାରା ପରିକଳ୍ପିତ ଏହି ଭବ୍ୟ ଶିବମନ୍ଦିର ନିର୍ମାଣ ନିମନ୍ତେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପଣ୍ଡିତ ଗୌରିଶଙ୍କର ନନ୍ଦଙ୍କ ପୌରୋହିତରେ ଶୁଭସ୍ତମ୍ଭ ଓ ପୂଜାର୍ଚ୍ଚନା କରାଯାଇ ପୂଜା କର୍ତ୍ତାରୂପେ ପୂର୍ବତନ ସରପଞ୍ଚ ଜ୍ଯୋତିଷ ଗଜରାଜ ସିଂ ପୁଟ୍ଟା ଦାଇତ୍ୱ ନିର୍ବାହ କରିଥିଲେ । ଝରଣା କୂଳରୁ ପୂର୍ଣ୍ଣ କଳସରେ ପାଣି ଆଣି ସ୍ଥାପନ ପରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଭବ୍ୟ ଶିବ ମନ୍ଦିର ନିର୍ମାଣର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପ୍ରବୋକ୍ତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଭବ୍ୟ ଶିବ ମନ୍ଦିର ନିର୍ମାଣ ର ଶୁଭ ସ୍ତମ୍ଭ ସ୍ଥାପନରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ କାମନା କରି ସମସ୍ତଙ୍କ ସହଯୋଗରେ ତୁରନ୍ତ ନିର୍ମାଣର ଆଶା ବ୍ୟକ୍ତ କରିଥିଲେ ।

ଅନ୍ୟତମ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ଵନାଥ ବାଗ ଯୋଗ ଦେଇ ଭବ୍ୟ ଶିବ ମନ୍ଦିର ନିର୍ମାଣର ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ନିର୍ମାଣର ଉଦ୍ୟୋକ୍ତା ସମାଜସେବୀ ଦୁର୍ଯୋଧନ ପୁଟା, ଶିକ୍ଷକ ବ୍ରଜ କିଶୋର ଜେନା, ହରିକୃଷ୍ଣ ଡନସନା, ଗ୍ରାମ ଝାଙ୍କର ଖଗେଶ୍ବର ଧରୁଆ, ସାମ୍ବାଦିକ ନିରୋଜ ପାଣି, ଯଶଦେବ ସିଂ, ଶାନ୍ତନୁ ଭୋଇ, ରାଜେନ୍ଦ୍ର ବଗର୍ତ୍ତି, ହରିଶଙ୍କର ଡନସନା, ଶାନ୍ତନୁ ପୁଟା, କୁନାଲ ମହାନ୍ତି ପ୍ରମୁଖ ଯୋଗ ଦେଇ ଭବ୍ୟ ଶିବ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇଥିଲେ । ଏହି ଭବ୍ୟ ଶିବ ମନ୍ଦିର ନିର୍ମାଣରେ ପାଞ୍ଚ ପାଳି ଗ୍ରାମଗୁଡିକୁ ସାମିଲ କରାଯିବ ପାଇଁ ନିଷ୍ପତ୍ତି ହେବା ସହ ଏହାର ପରବର୍ତ୍ତୀ ଏକ ଵୈଠକ ମଧ୍ୟ କରାଯିବା ପାଇଁ ସ୍ଥିର କରାଯାଇଛି । ଏପରି ଉଦ୍ୟମକୁ ପ୍ରଂଶସା କରାଯିବା ସହ ଅଞ୍ଚଳରେ ଖୁସି ଲହରୀ ଦେଖା ଦେଇଛି ।

Comments are closed.