୫ ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ

0
114
୫

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୧/୦୩) : ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ୫ ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବାଲିଗୁଡ଼ା ପୋଲିସ ।

୫ ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ ଘଟଣାକୁ ନେଇ ବାଲିଗୁଡ଼ା SDPO ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ନଗଦ ଏକ ଲକ୍ଷ ଟଙ୍କା, ଗୋଟିଏ କାର, ଗୋଟିଏ ହିରୋ ମୋଟର ସାଇକେଲ, ଗୋଟିଏ ଛୁରୀ, ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଜବତ କରିଛି ବାଲିଗୁଡ଼ା ପୋଲିସ । ସୂଚନା ପ୍ରକାରେ ଗତ ବର୍ଷ ନଭେମ୍ବର ମାସରେ ତୁମୁଡ଼ିବନ୍ଧ ଥାନା ଜଲେଶପଟ୍ଟା ସ୍ଥିତ ବରାଳଦେବୀ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ପିଟି ଚାରି ଲକ୍ଷ ଓ ଚଳିତ ଫେବୃଆରୀ ମାସ ୮ ତାରିଖରେ ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ଉପରେ ଟ୍ରକ ଡ୍ରାଇଭର ଓ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ ଡକାୟତ ଗ୍ୟାଙ୍ଗ ।

ସମସ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରି ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ତାଙ୍କ ଟିମ ତଦନ୍ତ ଜାରି ରଖିଥିଲେ । ଫଳ ସ୍ୱରୂପ ପୂର୍ବରୁ ବାଲିଗୁଡ଼ା ଖଜୁରିନାଳ ରଅଜୟ ଦିଗାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ଦୁଇ ଜଣଙ୍କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଲିପଡ଼ା ସାହିର ରିଚାର୍ଡ ନାୟକ ଓ ପ୍ରିୟ ମଣ୍ଡଳ ବୋଲି ସୂଚନା ଦେଇଛନ୍ତି ବାଲିଗୁଡ଼ା SDPO ରୋହିତ ବର୍ମା ।