ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା,ଜଣେ ମୃତ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //
କାଲିମେଳା (୨୧/୦୨): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୪୧ ଏବଂ ଏମଭି ୧୯ ମଝି ରାସ୍ତାରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ମଟରସାଇକେଲ ଦ୍ରୁତ ଗତିରେ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି |

ଆଉ ଜଣେ ନିକଟସ୍ଥ ମେଡିକାଲକୁ ପଠାଇ ଦିଆଯାଇଛି | ବାଇକ ଦୁଇଟିର ନମ୍ବର ହେଲା ଓଡି ୩୦ ୪୯୦୩ ଓ ସିଜି ୦୭ ଏଲ ୟୁ ୬୯୦୫ | ଏ ପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ଲୋକର ପରିଚୟ ପାଇନାହିଁ ସ୍ଥାନୀୟ ପୋଲିସ | ଘଟଣା ସ୍ଥଳରେ ପୋଟେରୁ ପୋଲିସ ପହଂଚି ତଦନ୍ତ କରୁଛନ୍ତି |

Comments are closed.