ଦେବଗିରୀ ଶୈବ ପୀଠ ଓ ରାମଲିଙ୍ଗେଶ୍ୱର ନାରାୟଣ ପୁରରେ ଭକ୍ତଙ୍କ ଭିଡ଼

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର ତା ୨୧/୨ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦେବଗିରୀ ପଞ୍ଚମୁକେଶର ଶୈବପୀଠ ରେ ମହାଶିବରାତ୍ରି ଉପଲକ୍ଷେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି | ଯାତ୍ରା ପଡିଆ ଠାରୁ ଶୈବ ପୀଠ ପର୍ଯ୍ୟନ୍ତ ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି |

ଐତିହାସିକ ଦେବଗିରୀ ପଞ୍ଚମୁକେଶର ନାମରେ ବେଶ ଚର୍ଚ୍ଚିତ ଏହି ଦେବଗିରୀ ପାହାଡ ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ଉପଲକ୍ଷେ ଏଠାରେ ୭ ଦିନ ପର୍ଯ୍ୟନ୍ତ ଜାଗର ମେଲା ଚାଲିରହେ | ଚଳିତ ବର୍ଷ ଭଳି ଏବର୍ଷ ପ୍ରଶାସନିକ ତରଫରୁ ଷ୍ଟଲର ବ୍ୟବସ୍ତା କରାଯାଇଛି | ଛୋଟ ରୁ ବଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଖେଳର ସରଞ୍ଜାମ ରହିଥିବାବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ବ୍ୟବସାୟୀ ମାନେ ବିକୁଥିବା ଦେଖିବାକୁ ମିଳିଛି | ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୋଟର ସାଇକେଲ,ସାଇକେଲ,୪ ଚକିଆ ଯାନ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି |

ଦୁର ଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ଜିଜେ ହସ୍ପିଟାଲରେ ଭିଶାଖାପାଟଣାମ ରୁ ମାଗଣା ଚିକିତ୍ସାର ବ୍ୟବସ୍ଥା ଥିବାବେଳେ ପୁଲିସ ପ୍ରଶାସନ ତରଫରୁ ୨୪ ଘଣ୍ଟିଆ ଡିଉଟିରେ ରହୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସୁକୁମା ହଂସଦା ପ୍ରକାଶ କରିଛନ୍ତି | ସେହିପରି କଲ୍ୟାଣସିଂହପୁର ବ୍ଲକରେ ୪ ଟି ସ୍ଥାନରେ ଜାଗର ଯାତ୍ରା ଚାଲିଥିବା ବେଳେ ନାରାୟଣପୁର ରାମଲିଙ୍ଗେଶ୍ୱର ରେ ମଧ୍ୟ ମହାଶିବରାତ୍ରି ଉପଲକ୍ଷେ ଜାଗର ଯାତ୍ରା ପାଲିତ କରାଯାଉଛି ।

Comments are closed.