ନାଗରିକ ସଂଶୋଧନ ଆଇନବିଷୟରେ ବୁଦ୍ଧି ଜୀବୀ ସମାବେଶ

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର(୨୧/୦୨): ପ୍ରଜ୍ଞା ପ୍ରଭାହ,ପଦ୍ମପୁର ଆନୁକୂଲ୍ୟରେ ତା ୨୦.୦୨.୨୦ ଦିନ ସ୍ଥାନୀୟ ଦିଲ୍ଲୀପ କଲ୍ୟାଣ ମଣ୍ଡପ ଠାରେ ନାଗରିକ ସଂଶୋଧନ ଆଇନ ୨୦୧୯ବିଷୟରେ ଆଲୋଚନା ପାଇଁ ଏକ ବୁଦ୍ଧି ଜୀବୀ ସମାବେଶ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ୱତୀ, କୁଲାଧିପତି ଗୁରୁକୂଳ ପ୍ରଭାତ ଆଶ୍ରମ,ମେରଠ ,ଉତ୍ତରପ୍ରଦେଶ ଯୋଗଦେଇଥିଲେ । ଡ଼ଃ ବାଞ୍ଛାନିଧି ପଣ୍ଡା ଓ ଜୟନାରାୟନ ତ୍ରିପାଠୀ ବକ୍ତା ଭାବରେ ଯୋଗଦେଇ ଆଇନର ଯଥାର୍ଥତା ପ୍ରତିପାଦନ କରିଥିଲେ । ଦିବ୍ୟଶଙ୍କର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଦୁଆଦଶ ପଧାନ ଅତିଥି ପରିଚୟ କରିଥିଲେ । ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଚୈତନ୍ୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.