ପେଟ୍ରୋଲିଙ୍ଗ ସମୟ ରେ ଜବତ ହେଲା ୨୫ ଖଣ୍ଡ ଶାଗୁଆନ କାଠ

0
93
ପେଟ୍ରୋଲିଙ୍ଗ

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ/ରାଇକିଆ, (୦୧/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ କୁ ମିଳିଛି ବଡ ସଫଳତା । ପେଟ୍ରୋଲିଙ୍ଗ ସମୟ ରେ ଜବତ ହେଲା ୨୫ ଖଣ୍ଡ ଶାଗୁଆନ କାଠ ।

ଗତ କାଲି ରାତ୍ରି ସମୟ ୨ ଟା ୩୦ ମିନଟ ସମୟରେ ରାଇକିଆ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ମାଣିକେଶ୍ଵରୀ ପଟନାୟକ ଓ କରଡ଼ା ଫରେଷ୍ଟ ଉସତ କହଁର ଫରେଷ୍ଟ ଗାର୍ଡ ବିଷ୍ଣୁ ପ୍ରିୟା ପଣ୍ଡା ଫରେଷ୍ଟ ଗାର୍ଡ କୃଷ୍ଣ ଚନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀ ଙ୍କୁ ସାଥିରେ ନେଇ ପୋଢମାରି ସୁନାପାଲି ଗ୍ରାମ ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ ରେ ଯାଇ ଫେରୁଥିବା ବେଳେ ଏକ ବୋଲେରୋ ଗାଡ଼ି ନମ୍ୱର୍ (OD07L8273) ରାସ୍ତା କଡ ରେ ଛିଡା ହୋଇଥିବା ଦେଖି ସନ୍ଦେହ କରି ଗାଡ଼ି କୁ ଯାଞ୍ଚ କରିବା ସମୟ ରେ ଗାଡି ରେ ୨୫ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଦେଖିବାକୁ ପାଇଥିଲେ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ରାଇକିଆ ବନାଞ୍ଚଳ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ରାଇକିଆ ବନାଞ୍ଚଳ ଅଧିକାରୀ ତୁରନ୍ତ ଗାଡ଼ି ଓ କାଠ ଗଣ୍ଡୀ କୁ ଜବତ କରିଥିଲେ କିନ୍ତୁ ରାତ୍ରି ହୋଇଥିବା କାରଣରୁ ଅନ୍ଧାର ର ସୁଯୋଗ ନେଇ ଆସାମୀ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ଗାଡ଼ି ନମ୍ବର କୁ ଆଧାର କରି ଯାଞ୍ଚ କରାଯିବ ଏବଂ ଆସାମୀ ଙ୍କୁ ଅତିଶିଘ୍ର ଧରିବା ପାଇଁ ପ୍ରୟାସ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ରାଇକିଆ ବନାଞ୍ଚଳ ଅଧିକାରୀ ।