କୋଟପାଡ଼ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦଯାପନ

ରିପୋର୍ଟ: ରବିଶଙ୍କର ମହାପାତ୍ର
କୋରାପୁଟ(୨୦/୦୨): କୋରାପୁଟ ଜିଲ୍ଲା କୋଟପାଡ଼ ମହାବିଦ୍ୟାଳୟରେ ଦୀର୍ଘ ୧୨ଦିନ ଧରି ଚାଲିଥିବା ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦଯାପନ ହୋଇଯାଇଛି ।

ଏହି ତାଲିମ ଶିବିରରେ ପ୍ରଶିକ୍ଷକ ସୁଶ୍ରୀ ଦନେଇ ଚଲାଣ ଓ ସର୍ବେ ମାଝୀ ତାଲିମ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମ ରାଜନୀତି ବିଜ୍ଞାନ ଅଧ୍ୟାପିକା ଶ୍ରୀମତି ଇନ୍ଦିରା ବେହେରା ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ରେଣୁକା ଦାଶ ଓ ଅଧ୍ୟାପିକା ଶ୍ରୀମତି ହେମଲତା ଆଚାର୍ଯ୍ୟ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ମହାବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Comments are closed.