Friday, March 29, 2024

Top 5 This Week

Related Posts

ଗଜପତି ଜିଲ୍ଲାର ଦୁଇ ବିଧାୟକ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ଦେଲେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୨) : ଆଜି ଗଜପତି ଜିଲ୍ଲା ର ଦୁଇ ବିଧାୟକ ଭୁବେନେଶ୍ୱର ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀ ରୋହିତ ପୂଜାରୀ ଙ୍କୁ ସାକ୍ଷାତ କରିଛନ୍ତି ।

ଶତାୟୁ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ (ସ୍ୱୟଂ ଶାସିତ) ମହାବିଦ୍ୟାଳୟ ଙ୍କୁ ୟୁନିଭେର୍ସିଟି ଦାବୀ କରି ଆଜି ସ୍ମାରକ ପତ୍ର ଦିଆ ଯାଇଛି । ମାନ୍ୟବର ବିଧାୟକ ଶ୍ରୀ ନାରାୟଣ ରାଓ, ମାନ୍ୟବର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମନ୍ତ୍ରୀ ଙ୍କ ଭେଟି ଏହି ଦାବୀ ପତ୍ର ଦେଇଛନ୍ତି । ଏଥି ପୂର୍ବରୁ ପାରଳାଖେମୁଣ୍ଡି ଠାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିବାକୁ ଉଭୟ ବିଧାୟକ ଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

Popular Articles