ପୋସ୍କୋ ଆଇନ ଉପରେ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର

0
203
ପୋସ୍କୋ

ରିପୋର୍ଟ : ପ୍ରେମାନନ୍ଦ ନାଏକ/ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାଉଁଶୁଣି ଗ୍ରାମର ଦଧିବାମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୋସ୍କୋ ଆଇନ କୁ ନେଇ ଏକ ଜିଲ୍ଲା ସ୍ଥରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ପୋସ୍କୋ ଆଇନ ସଚେତନତା ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କୁମଦିନୀ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋସ୍କୋ ଆଇନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମୂଳ ଲକ୍ଷ ଓ ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦର ଡି ଏସ୍ ପି ଚନ୍ଦ୍ର ଶେଖର ଶବର ସମ୍ମାନିତ ଅତିଥି ଭାବର ଯୋଗଦେଇ ପୋସ୍କୋ ଆଇନ ରେ ପୋଲିସ ର ଭୂମିକା ଉପରେ ଆଲୋଚନା କରିଥିଲେ । ଦଧିବାବନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ଦେହୁରୀ, ଶିକ୍ଷକ ମଧୁସୂଦନ ମହାକୁର ପାରାଲିଗାଲ ସ୍ଵେଚ୍ଛାସେବୀ ମାନେ ଯୋଗଦେଇଥିଲେ । ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଏବଂ ଗ୍ରାମର ଜନ ସାଧାରଣ ଯୋଗଦେଇଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ସିଦ୍ଧାନ୍ତ କୁମାର ବାଘ ଓ କମଳ ଲୋଚନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।